ଓଡ଼ିଶା ତାଜା ନ୍ୟୁଜ (୬ ଅକ୍ଟୋବର ମଙ୍ଗଳବାର) ଢେଙ୍କାନାଳ :- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫ ଜଣ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କଟକ ଏସ୍ ସି ବି ମେଡିକାଲ କଲେଜରେ ପ୍ଲାଜମା ଦାନ କରି ଫେରିଥିବା ୫ ଜଣ ବ୍ୟକ୍ତି ଭୁବନ ଏନ୍ ଏ ସି ଅନ୍ତର୍ଗତ ୱାର୍ଡ ୧ ଶ୍ରୀ କୈଳାସ ଚନ୍ଦ୍ର ସାହୁ,ୱାର୍ଡ ୮ ଶ୍ରୀ ଅମ୍ବୁଜ କୁମାର ସାହୁ ଓ ପ୍ରଣୟ କୁମାର ଚୌଧୁରୀ,ୱାର୍ଡ ୯ ଆଶିଷ୍ କୁମାର ସାହୁ ଏବଂ ୱାର୍ଡ ୭ ର ଅନିତା ସାହୁ କରୋନା ରୋଗରେ ସମ୍ପୁର୍ଣ୍ଣ ଆରୋଗ୍ୟ ହୋଇ ସ୍ଵଇଛାରେ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ କଟକ ଏସ୍ ସି ବି ମେଡିକାଲ କଲେଜକୁ ପ୍ଲାଜମା ଦାନ କରିବାକୁ ପଠାଯାଇଥିଲା ।
ଅନିତା ସାହୁଙ୍କ ବ୍ୟତୀତ ଅନ୍ୟ ୪ ଜଣ ଯୋଗ୍ୟ ବିବେଚିତ ହୋଇ ପ୍ଲାଜମା ଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ସେମାନଙ୍କୁ ଅଭିବାଦନ ଜଣାଇବା ସହ ମାନପତ୍ର ଦେଇ ପ୍ରଶଂସିତ କରି ଆଗକୁ ଅଧିକରୁ ଅଧିକ ପ୍ଲାଜମା ଦାନ କରିବା ପାଇଁ ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବାକୁ ପବର୍ତ୍ତେଇବାକୁ ପରାମର୍ଶ ଦେଇଥିଲେ ଏବଂ ଏହି ମହତ୍ କାର୍ଯ୍ୟ ପାଇଁ ଅନ୍ୟର ଅମୂଲ୍ୟ ଜୀବନ ବଞ୍ଚାଇ ପାରିବ ବୋଲି କହିଥିଲେ । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୌଦାମିନୀ ସେଠୀ,ଆପାତ୍ କାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । (ରିପୋର୍ଟ ଅମର ରଞ୍ଜନ ଦାସ)
