ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡ଼ା ତୃତୀୟ

ଲାଠିପଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠିପଡ଼ା ର ଛାତ୍ର ଛାତ୍ରୀମାନେ ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଲୋକନୃତ୍ୟ ଟିକୁ ଶିକ୍ଷକ ବୃନ୍ଦାବନ ବେହେରା ,ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ନାୟକ ଓ ସ୍ଥିତିପ୍ରଜ୍ଞା ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ, ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ଅଷ୍ଟମ ଶ୍ରେଣୀର ସୁଚିସ୍ମିତା ସିଂହ ,

ସୋନାଲି ପ୍ରଧାନ, ତପସ୍ବିନୀ ଜେନା, ସୌଦାମିନୀ ପାତ୍ର , ଏଲିନା ମହାରଣା ଓ ରୁପାଲି ମହାରଣା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ କୁମାର ଶତପଥୀ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି ।

Exit mobile version