ଓଡିଶା ଗ୍ରାମୀଣ ବ୍ୟାଙ୍କ ନୂତନ ଏ ଟି ଏମ ଉଦଘାଟିତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ରାଜସୁନାଖଳା ଶାଖା ତରଫରୁ ରାଜସୁନାଖଳା ଗଣେଶ ବଜାର ପାନନଗର ରୋଡ଼ରେ ମଙ୍ଗଳବାର ଦିନ ନୂତନ ଓଡିଶା ଗ୍ରାମୀଣ ବ୍ୟାଙ୍କ ଏ.ଟି.ଏମ ସେବା ଉଦଘାଟିତ ହୋଇଯାଇଛି ।ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ରାଜସୁନାଖଳା ! ଏହି ନୂତନ ଏ. ଟି. ଏମ ସେବା ଫଳରେ ରାଜସୁନାଖଳା ଅଞ୍ଚଳର ଗ୍ରାହକ ଓ ଜନସାଧାରଣମାନେ ୨୪ ଘଣ୍ଟା ଟଙ୍କା ଉଠାଣ ଓ ବ୍ୟାଙ୍କିଙ୍ଗ ସେବାର ସୁବିଧା ପାଇପାରିବେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓଡିଶା ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ସୁଭଦା ପ୍ରସାଦ ମହାନ୍ତି, ଓଡିଶା ଗ୍ରାମୀଣ ବ୍ୟାଙ୍କ ପ୍ରବନ୍ଧକ ପରିଚାଳକ ରାକେଶ କୁମାର ସାହୁ,ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ରାଜସୁନାଖଳା ଶାଖା ପ୍ରବନ୍ଧକ ବିଶ୍ୱଭୂଷଣ ପତି,

ସମାଜସେବୀ  ଲକ୍ଷ୍ମଣ ରଣା, ସାମ୍ବାଦିକ କିଶୋର ରାଉତରାୟ, ଯଦୁନାଥ ସାମନ୍ତରାୟ, ମାନସ କୁମାର ସାହୁ, ଗଣେଶ ବଜାର ବଣିକ ସଂଘ ସମ୍ପାଦକ ଘନଶ୍ୟାମ ସାହୁ,ପ୍ରଭାତ କୁମାର ମହାପାତ୍ର,ସନ୍ତୋଷ କୁମାର ସାଥୁଆ,ରମାକାନ୍ତ ମହାପାତ୍ର ଓଜିବି କର୍ମଚାରୀ ମୋନାଲିସା ପ୍ରିୟଦର୍ଶିନୀ, ତୃପ୍ତି ରାଣୀ ସାହୁ ଓ ରାକେଶ କୁମାର ବେହେରା ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ନଡ଼ିଆ ବାଡ଼େଇ ପୂଜା ଅର୍ଚ୍ଚନା,ହୋମ ଓ ରିବନ ଫିତା କାଟି ନୂତନ ଏଟିଏମ୍ ସେବାର ଶୁଭାରମ୍ଭ କରିଥିଲେ । ଏହି ଏଟିଏମ ସେବା ଦ୍ଵାରା ଗ୍ରାହକମାନେ ୨୪/୭ ଟଙ୍କା ଉଠାଣ, ବାଲାନ୍ସ ଯାଞ୍ଚ, ମିନି ଷ୍ଟେଟମେଣ୍ଟ ଏବଂ ଏଟିଏମ ପିନ୍ ପରିବର୍ତ୍ତନ (PIN Change) ଭଳି ସୁବିଧା ପାଇପାରିବେ ।

ଏହି ଏ ଟି ଏମ ସ୍ଥାନୀୟ ଅଞ୍ଚଳର ଗ୍ରାହକମାନଙ୍କୁ ନିରନ୍ତର ସେବା ଯୋଗାଇବ ବୋଲି ଖୋର୍ଦ୍ଧା ଓଡିଶା ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ସୁଭଦା ପ୍ରସାଦ ମହାନ୍ତି ସମସ୍ତଙ୍କୁ ସୂଚନା ଦେଇଥିଲେ ।ଏହି ନୂତନ ଏଟିଏମ୍ ସେବା ଦ୍ବାରା ସ୍ଥାନୀୟ ଲୋକଙ୍କୁ ଟଙ୍କା ଉଠାଣ ପାଇଁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ ଓ ସେମାନେ ଯେକୌଣସି ସମୟରେ ତୁରନ୍ତ ନଗଦ ଟଙ୍କା ପାଇପାରିବେ ବୋଲି ଓଡିଶା ଗ୍ରାମୀଣ ବ୍ୟାଙ୍କ ରାଜସୁନାଖଳା ଶାଖା ପରିଚାଳକ ବିଶ୍ୱଭୂଷଣ ପତି କହିଥିଲେ ।ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସଦାସର୍ବଦା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସେବା ପାଇଁ ପ୍ରତିବଦ୍ଧ ଏବଂ ଏହି ନୂତନ ଏଟିଏମ୍ ସ୍ଥାନୀୟ ବ୍ୟବସାୟୀ,ଓ ଚାଷୀମାନଙ୍କୁ ପାଇଁ ବିଶେଷ ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି .।

Exit mobile version