Home ଓଡ଼ିଶା ଭୁବନେଶ୍ୱରରେ ଅତ୍ୟାଧୁନିକ କିଡନୀ ଓ ୟୁରୋଲୋଜି ହସ୍ପିଟାଲ୍ ଆରମ୍ଭ କଲା ଏଆଇଏନ୍ୟୁ by Proprietor Abhimanyu Maharana 1 day ago Share on FacebookShare on TwitterWhatsapp ୧୩ ବର୍ଷର ଅଭିଜ୍ଞତା ଓ ୬ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା ଅଭିଜ୍ଞତା ସହ ଓଡ଼ିଶାବାସୀଙ୍କ ନିକଟରେ ଅତ୍ୟାଧୁନିକ ଚିକିତ୍ସା ପ୍ରଯୁକ୍ତି, ବିଶେଷଜ୍ଞ ଡାକ୍ତର ଏବଂ କିଡନୀ ଓ ୟୁରୋଲୋଜି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଚିକିତ୍ସା ସେବା ଉପଲବ୍ଧ କରାଇବ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାରତର ଅଗ୍ରଣୀ ସୁପର ସ୍ପେଶାଲିଟି ହସ୍ପିଟାଲ୍ ନେଟୱର୍କ ମଧ୍ୟରୁ ଅନ୍ୟତମ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି (ଏଆଇଏନ୍ୟୁ) ଭୁବନେଶ୍ୱରରେ ଏହାର ଅତ୍ୟାଧୁନିକ ହସ୍ପିଟାଲ୍ ଆରମ୍ଭ କରି ସାରା ଭାରତରେ ନିଜର ସେବାକୁ ଆହୁରି ସମ୍ପ୍ରସାରିତ କରିଛି । ଦେଶରେ ଏହା ଏଆଇଏନ୍ୟୁର ଅଷ୍ଟମ ହସ୍ପିଟାଲ୍ । ଏହା ମାଧ୍ୟମରେ ଉନ୍ନତ ଓ ରୋଗୀକୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନୁଷ୍ଠାନର ୧୩ ବର୍ଷର ଯାତ୍ରାରେ ଆଉ ଏକ ମାଇଲଖୁଂଟ ଯୋଡ଼ି ହୋଇଛି । ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ହସ୍ପିଟାଲ୍ର ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ କିଡନୀ ରୋଗ ବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ ପାଉଥିବା ସମୟରେ ଏହି ହସ୍ପିଟାଲ୍ ଆରମ୍ଭ ହୋଇଛି । ଅକ୍ଟୋବର ୨୦୨୬ରେ ପ୍ରକାଶିତ ଆଇସିଏମ୍ଆର–ଏନ୍ଆଇଏଚ୍ଆରର ଏକ ଅଧ୍ୟୟନ ଅନୁଯାୟୀ, ଓଡ଼ିଶାର ଆଦିବାସୀ ବହୁଳ ୧୪ଟି ଜିଲ୍ଲାର ୫୩ଟି ଆଦିବାସୀ ସମ୍ପ୍ରଦାୟର ୧୯,୭୦୩ ଜଣ ବୟସ୍କଙ୍କ ମଧ୍ୟରୁ ୨୪.୮ ପ୍ରତିଶତଙ୍କଠାରେ କିଡନୀ କାର୍ଯ୍ୟକ୍ଷମତା ହ୍ରାସ ପାଇଥିବା ଜଣାପଡ଼ିଛି । ଏଆଇଏନ୍ୟୁର ଏହି ନୂତନ ହସ୍ପିଟାଲ୍ରେ ନେଫ୍ରୋଲୋଜି, ୟୁରୋଲୋଜି, ୟୁରୋ-ଅଙ୍କୋଲୋଜି, ରୋବୋଟିକ୍ ସର୍ଜରୀ, କିଡନୀ ପ୍ରତିରୋପଣ, ଡାଏଲିସିସ୍, ଶିଶୁ ୟୁରୋଲୋଜି, ଆଣ୍ଡ୍ରୋଲୋଜି ଏବଂ ପୁନଃନିର୍ମାଣ ୟୁରୋଲୋଜି ଭଳି ବିଭିନ୍ନ ବିଶେଷଜ୍ଞ ଚିକିତ୍ସା ସେବା ଉପଲବ୍ଧ ହେବ । ଏଥିରେ ୧୨ଟି ଡାଏଲିସିସ୍ ଷ୍ଟେସନ୍, ତିନୋଟି ଅପରେସନ୍ ଥିଏଟର, ଅତ୍ୟାଧୁନିକ ଲେଜର୍ ପ୍ରଯୁକ୍ତି, ୩ଡି ଲାପାରୋସ୍କୋପି, ଆରଆଇଆରଏସ୍, ପିସିଏନ୍ଏଲ୍, ୩୨-ସ୍ଲାଇସ୍ ସିଟି ସ୍କାନର୍ ଏବଂ ଭିଡିଓ ୟୁରୋଡାଇନାମିକ୍ସ ଭଳି ଅତ୍ୟାଧୁନିକ ସୁବିଧା ରହିଛି । ଖୁବ୍ଶୀଘ୍ର ଏଠାରେ ରୋବୋଟିକ୍ ସହାୟତାରେ ୟୁରୋଲୋଜିକାଲ୍ ଅସ୍ତ୍ରୋପଚାର ସୁବିଧା ମଧ୍ୟ ଆରମ୍ଭ କରାଯିବ । ଏଆଇଏନ୍ୟୁର ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ ପରାମର୍ଶଦାତା ୟୁରୋଲୋଜିଷ୍ଟ ତଥା ରୋବୋଟିକ୍ ସର୍ଜନ, ଡକ୍ଟର ମଲ୍ଲିକାର୍ଜୁନ ସି କହିଛନ୍ତି, “୧୩ ବର୍ଷର ଅଭିଜ୍ଞତା ଏବଂ ୬ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା ଅଭିଜ୍ଞତା ସହ ଏଆଇଏନ୍ୟୁ ଉନ୍ନତ ଚିକିତ୍ସା ପ୍ରଯୁକ୍ତି ଓ ଉତ୍କୃଷ୍ଟ ଚିକିତ୍ସା ସେବା ମାଧ୍ୟମରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ପ୍ରତିବଦ୍ଧ । ଭୁବନେଶ୍ୱରରେ ଆମର ଏହି ସମ୍ପ୍ରସାରଣ ଓଡ଼ିଶାବାସୀଙ୍କ ପାଇଁ ଗୁଣାତ୍ମକ କିଡନୀ ଓ ୟୁରୋଲୋଜି ଚିକିତ୍ସା ସେବାକୁ ଆହୁରି ସହଜ ଓ ସୁଲଭ କରିବ ।” ଏଆଇଏନ୍ୟୁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ପରାମର୍ଶଦାତା ୟୁରୋଲୋଜିଷ୍ଟ ଓ ୟୁରୋ-ଅଙ୍କୋଲୋଜିଷ୍ଟ ଡକ୍ଟର ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ କହିଛନ୍ତି, “ଓଡ଼ିଶାରେ ଆମର ସମ୍ପ୍ରସାରଣ ବିଶେଷଜ୍ଞ ୟୁରୋ-ନେଫ୍ରୋଲୋଜି ସେବାକୁ ଅଧିକ ଲୋକଙ୍କ ନିକଟରେ ପହଂଚାଇବା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଅତ୍ୟାଧୁନିକ ପ୍ରଯୁକ୍ତି, ଅଭିଜ୍ଞ ଡାକ୍ତର ଏବଂ ସମ୍ପୂର୍ଣ୍ଣ ଚିକିତ୍ସା ସେବାକୁ ରୋଗୀ ଓ ସେମାନଙ୍କ ପରିବାରର ନିକଟତର କରିବା ଆମର ଲକ୍ଷ୍ୟ ।” ଏଆଇଏନ୍ୟୁର ବରିଷ୍ଠ ପରାମର୍ଶଦାତା ଡକ୍ଟର ପ୍ରଶାନ୍ତ ନାୟକ କହିଛନ୍ତି ଯେ, “ଓଡ଼ିଶାବାସୀଙ୍କୁ ସେବା ଯୋଗାଇବା ପାଇଁ ପ୍ରମାଣଭିତିିକ ଚିକିତ୍ସା, ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ସେବା ଏବଂ ଅତ୍ୟାଧୁନିକ ମେଡିକାଲ୍ ପ୍ରଯୁକ୍ତି ଉପରେ ଆମର ଗୁରୁତ୍ୱ ରହିବ ।” ଏସିଆ ହେଲ୍ଥକେୟାର ହୋଲ୍ଡିଂସ୍ର ଅଧ୍ୟକ୍ଷ ଶ୍ରୀ ବିଶାଳ ବାଲି କହିଛନ୍ତି ଯେ, ଓଡ଼ିଶାରେ ବୃଦ୍ଧି ପାଉଥିବା ବିଶେଷଜ୍ଞ ଚିକିତ୍ସା ସେବାର ଆବଶ୍ୟକତାକୁ ଏହି କେନ୍ଦ୍ର ଗୋଟିଏ ଛାତ ତଳେ ପୂରଣ କରିବ । ସେହିପରି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ଗୁଡୁରୁ କହିଛନ୍ତି ଯେ, ଏହି ହସ୍ପିଟାଲ୍ ପୂର୍ବ ଭାରତରେ ଏଆଇଏନ୍ୟୁର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ । ଭୁବନେଶ୍ୱରରେ ଏହି ନୂତନ ହସ୍ପିଟାଲ୍ର ଶୁଭାରମ୍ଭ ସହ ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଏବଂ ରୋଗୀକୈନ୍ଦ୍ରିକ ସେବା ମାଧ୍ୟମରେ ଓଡ଼ିଶାରେ କିଡନୀ ଓ ୟୁରୋଲୋଜି ସମ୍ବନ୍ଧୀୟ ବିଶେଷଜ୍ଞ ଚିକିତ୍ସାକୁ ଆହୁରି ସୁଦୃଢ଼ କରିବାକୁ ଏଆଇଏନ୍ୟୁ ଲକ୍ଷ୍ୟ ରଖିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବନ୍ୟା ପ୍ରଭାବିତ ଅଞ୍ଚଳ ରୂପେ ଘୋଷଣା କରିବାକୁ କେନ୍ଦ୍ରୀୟ ଟିମଙ୍କୁ ବିଜେଡିର ଦାବିପତ୍ର by Proprietor Abhimanyu Maharana November 4, 2026 ବ୍ରାଉନ୍ ସୁଗାର ରାକେଟ୍ର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ by Proprietor Abhimanyu Maharana November 4, 2026 ପଦ୍ମଶ୍ରୀ ଡା ଅଶୋକ ମହାପାତ୍ରଙ୍କ ଶେଷକୃତ୍ୟ ସ୍ବର୍ଗଦ୍ବାର ରେ ସମ୍ପର୍ଣ୍ଣ - ସ୍ବର୍ଗଦ୍ବାର ରେ ଗାର୍ଡ ଅଫ୍ ଅନର ପ୍ରଦାନ by Proprietor Abhimanyu Maharana November 4, 2026 Khurda Road Division Felicitates Seven Employees with Safety Awards by Proprietor Abhimanyu Maharana November 4, 2026 ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ସାତ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ by Proprietor Abhimanyu Maharana November 4, 2026 ବେଆଇନ ଶାଳ କାଠ ଚାଲାଣ ଉପରେ ବନ ବିଭାଗର ଚଢ଼ାଉ : ଶାଳ ପଟା ସହ ଅଟୋ ଜବତ, ଜଣେ ଗିରଫ by Proprietor Abhimanyu Maharana November 4, 2026