ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାରତୀୟ ଜନତା ପାର୍ଟି ପକ୍ଷରୁ ସମଗ୍ର ଦେଶରେ “ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ”ଅଭିଯାନ ଆରମ୍ଭ କରାଯାଇଛି। ଏହି ପରିପେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀ ବିଜେପି ଦଳ ଆନୁକୂଲ୍ୟରେ ରବିବାରଦିନ ଚାନ୍ଦପୁରସ୍ଥିତ ଅପସରା ହୋଟେଲ ରେ “ଲୋକତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ “ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଡା . ମହେଶ ଚନ୍ଦ୍ର ଶର୍ମା,
ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜେପି ମୁଖପାତ୍ର ତଥା ଲୋକତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ କାର୍ଯ୍ୟକ୍ରମର ସଂଯୋଜକ ସୁଦୀପ୍ତ ରାୟ ଓ ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ନିର୍ମଳ କୁମାର ମତଗଜସିଂହ,ପରେଶ ମିଶ୍ର ଓ ସୁନୀତା ଶର୍ମା ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ !ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜସିଂହଅତିଥିପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ ! ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ, ସମାଜସେବୀ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀମାନେ ସାମିଲ ହୋଇଥିଲେ !
