ଗୀତା ଶ୍ଳୋକରେ ଗୁଞ୍ଜରିତ ହେଲା ବେଲପଡ଼ା ବାଳିକା ବିଦ୍ୟାଳୟ, ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପ୍ରଜ୍ଞାନ ମିଶନ ପକ୍ଷରୁ ବେଲପଡ଼ା ପିଏମ୍‌ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍‌ସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଇଓ ଅଭିନବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୀତାର ଉପଦେଶ ମଣିଷକୁ କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ ଓ ନୈତିକ ଜୀବନ ପାଇଁ ପ୍ରେରଣା ଦିଏ ବୋଲି କହିଥିଲେ ।

ଶିକ୍ଷକ ଶେଷଦେବ ମିଶ୍ର ସଂଯୋଜନା ଓ ଶିକ୍ଷୟିତ୍ରୀ ଡ. ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ପରିଚାଳନା କରିଥିଲେ । ନାରାୟଣ ଗଡ଼ତିଆ, ସତ୍ୟାନନ୍ଦ ମହାନ୍ତି, ଜନ୍ମେଜୟ ଖମାରୀ, ବୈକୁଣ୍ଠ ଧରୁଆ, ସୁନନ୍ଦା ମେହେର, ଚନ୍ଦ୍ରକାନ୍ତି କୁମୁରା, ରଶ୍ମିତା ସାହୁ, ଶରତ ଦାସ, ସଉକି ନନ୍ଦ, ଆନନ୍ଦ ପ୍ରସାଦ ମୁକ୍ତିଆ ବିଚାରକ ଥିଲେ। କୃତୀ ପ୍ରତିଯୋଗୀ ନଭେମ୍ବର ୨୨ରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଯିବେ ।

Exit mobile version