ଝରିଆ ନାଳରୁ ସାଇକେଲ ଆରୋହୀଙ୍କ ମୃତଦେହ ଉଦ୍ଧାର, ଭାରସାମ୍ୟ ହରାଇ ପଡ଼ିଲେ କି?

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ତଅଲା ଗାଁ ଝରିଆ ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପଦମପୁର ଗାଁର ପ୍ରମା ମଲ୍ଲିକ। ସୂଚନା ଅନୁସାରେ, ପ୍ରମା ଆଜି କୌଣସି କାମରେ ସାଇକେଲ ନେଇ ଘରୁ ବାହାରିଥିଲେ ।

ସନ୍ଧ୍ୟାରେ ନାଳ ଭିତରେ ସାଇକେଲ ସହ ପଡ଼ିଥିବା ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଦେଖିବାକୁ ପାଇଥିଲେ । ସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନାଳରେ ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁମାନ କରାଯାଉଛି । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ବେଲପଡ଼ା ପୁଲିସ ମୃତଦେହ ଉଦ୍ଧାର କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Exit mobile version