Home ଓଡ଼ିଶା ନଣ୍ଡାବର ଗ୍ରାମରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ by Proprietor Abhimanyu Maharana 52 minutes ago Share on FacebookShare on TwitterWhatsapp ଶିକ୍ଷାରେ ସମୃଦ୍ଧି, ସୁନ୍ଦର ଭବିଷ୍ୟତ ଭାପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାପୁର ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ଦିନ ନଣ୍ଡ।ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାପୁର ଗୋଷ୍ଠୀଶିକ୍ଷା ଅଧିକାରିଣୀ ମୋନାଲିସା ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ନୟାଗଡ଼ ଜିଲ୍ଲା କଟକ ସାଂସଦଙ୍କ ପ୍ରତିନିଧି ଗୟାଧର ପରିଡା, ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ ଓ ସମ୍ମାନିତ ଅତିଥିଭାବେ କରବର ଗ୍ରାମପଞ୍ଚୟତ ସରପଞ୍ଚ ଉଷାରଣୀ ସାହୁ,ଭାପୁର ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାସ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ସାମନ୍ତରାୟ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସତ୍ୟସୁନ୍ଦର ଦଳେଇ,ନଣ୍ଡ।ବର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ପଙ୍ଗରୀ, ନଣ୍ଡବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ହାତୀ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରସନ୍ନ କୁମାର ଲେଙ୍କା ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଶଣ କରାଯାଇଥିଲା ! ଏହି ମହୋତ୍ସବରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୨୦ଜଣ ଆସିଥିବା ଛାତ୍ରଛାତ୍ରୀମାନେ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ।ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ଅଭିବୃଦ୍ଧି ଓ ଶିକ୍ଷା ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟଅତିଥି ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ନିଜ ପ୍ରତିଭାକୁ ଆଗକୁ ବଢ଼ାଇବାର ସୁଯୋଗ ପାଇଥିଲେ।୩୬ ଜଣ ଉତ୍ତୀର୍ଣ୍ଣ କୃତୀ ପ୍ରତିଭାମାନଙ୍କୁ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରତିଭା ପଦର୍ଶନ କରିବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମୋନାଲିସା ରଥ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ । ୩୬ଜଣ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ! ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସମେତ ସମସ୍ତ କ୍ଲଷ୍ଟର ସଂଯୋଜକ ଓ ନଣ୍ଡବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରି ପରିଚାଳନା କରିଥିଲେ । କରବାର ଗ୍ରାମପଞ୍ଚୟତ ସରପଞ୍ଚ ଉଷାରଣୀ ସାହୁ ବିଦ୍ୟାଳୟରେ ଆବଶକୀୟ ନୂତନ ଶ୍ରେଣୀ ଗୃହ , ରୋଷେଇ ଗୃହ ଓ ଭୋଜନ ଗୃହଗୁଡିକ ନିର୍ମାଣ କରିବାକୁ ବିଧାୟକଙ୍କୁ ଅବଗତ କରାଇଥିଲେ ! ପ୍ରଥମ ପର୍ଯ୍ୟାୟରେ ୨ଟି ଭୋଜନ ଗୃହ, ଗୋଟିଏ ରୋଷେଇ ଗୃହ ଓ ଶ୍ରେଣୀ ଗୃହ ଶୀଘ୍ର ନିର୍ମାଣ କରିବାକୁ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରତିଶୃତି ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content ଗୀତା ଶ୍ଳୋକରେ ଗୁଞ୍ଜରିତ ହେଲା ବେଲପଡ଼ା ବାଳିକା ବିଦ୍ୟାଳୟ, ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ by Proprietor Abhimanyu Maharana November 3, 2026 ଝରିଆ ନାଳରୁ ସାଇକେଲ ଆରୋହୀଙ୍କ ମୃତଦେହ ଉଦ୍ଧାର, ଭାରସାମ୍ୟ ହରାଇ ପଡ଼ିଲେ କି? by Proprietor Abhimanyu Maharana November 3, 2026 କଣ୍ଟାବାଞ୍ଜିରେ ଅସହ୍ୟ ଟ୍ରାଫିକ୍ ଜାମ୍, ବଜାର ଓ ମୁଖ୍ୟ ରାସ୍ତାରେ ଅଟକୁଛି ଜୀବନ - ସ୍ଥାୟୀ ସମାଧାନ ଦାବିରେ ବିଧାୟକଙ୍କୁ ଭେଟିଲା ନାଗରିକ କମିଟି by Proprietor Abhimanyu Maharana November 3, 2026 Perspective on Maintaining Oral Health During the Festive Seasonby by Proprietor Abhimanyu Maharana November 3, 2026 ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ନିମନ୍ତେ ବୃହତ୍ ଶିବିର ଆୟୋଜନ by Proprietor Abhimanyu Maharana November 3, 2026 ଦୀପାବଳି ପାଇଁ ଘର ସଫା ସହ ଦାନ୍ତର ଯତ୍ନ ବି ଜରୁରୀ: ପାର୍ବଣ ସମୟରେ ମୁଖ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ by Proprietor Abhimanyu Maharana November 3, 2026