ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାହାଡମଲ୍ଲରେ ନଡ଼ିଆଚାରା ରୋପଣ

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରାହାଡମଲ୍ଲ ପଞ୍ଚାୟତ ଓ ଗ୍ରାମରେ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାର୍ତ୍ତିକମାସ ସୋମବାର ଦିନ ୧୫୯ ଟି ନଡ଼ିଆଗଛ ଗ୍ରାମବାସୀଙ୍କ ସହଯୋଗରେ ରୋପଣ କରାଯାଇଛି।ଏହି ବୃକ୍ଷକୁ ଗ୍ରାମବାସି ମାନେ ଯତ୍ନର ସହ ସୁରକ୍ଷା ଦେଇ ବଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମର ମୁରବିମାନଙ୍କ ଆଗ୍ରହକୁ ଲକ୍ଷ୍ୟ କରି ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ନଦୀ ବନ୍ଧ,କୋଠ ଜମି, ଗୋଚର ,ଅନାବାଦୀ,ସଂରକ୍ଷିତ ଜଙ୍ଗଲରେ ବହୁ ଗଛ ଲଗାଯିବ ।

ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ, ସମ୍ପାଦିକା ଅନ୍ନପୂର୍ଣ୍ଣା ପାଣି, ସଦସ୍ୟ ପ୍ରତାପ ଚନ୍ଦ୍ର ଦାସ,ତରୁଣ କବି ଦାମୋଦର ପରିଡ଼ା, ଅଞ୍ଚଳର ମୁଖିଆ ପଠାଣି ପଟ୍ଟନାୟକ, ସ୍ଥିତପ୍ରଜ୍ଞା ଜେନା,ଯୁବ ସମାଜସେବୀ ଅରବିନ୍ଦ ଦଳାଇ, ନବ କିଶୋର ବେହେରା,ବଳିଆ ସାହୁ,କୈବଲ୍ୟ ସାହୁ, ଦୀନା ପ୍ରଧାନ, ଦୈତାରୀ ସାହୁ,କୃପା ପ୍ରଧାନ,ଆଲୋକ ପ୍ରଧାନ ଓ ଅନ୍ୟାନ୍ୟ ଲୋକମାନଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥଲା।ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ର ଏହି ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ l

Exit mobile version