ନୟାଗଡ଼ରେ ଶିକ୍ଷା ମେଳା


ନୟାଗଡ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୟୁନିଟେକ ପବ୍ଲିକ ସ୍କୁଲ ପରିସରରେ ଏକ ଭବ୍ୟ ଶିକ୍ଷା ମେଳା ଅନୁଷ୍ଠିତ ହୋଇଯାଇଅଛି । ଏହି ଶିକ୍ଷା ମେଳା 2026 କୁ ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରବୀର କୁମାର ପୃଷ୍ଟି ଏବଂ ପ୍ରିନ୍ସିପାଲ୍ ରୋଜାଲିନ ପାତ୍ର ପ୍ରଦୀପ ପ୍ରଜ୍ୱଳନ ସହ ଶୁଭ ଉଦ୍ଘାଟନ କରିଥିଲେ। ଏହି ଅଭିନବ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମରେ ସ୍କୁଲ ର ଉଭୟ କନିଷ୍ଠ ଏବଂ ବରିଷ୍ଠ ବର୍ଗ ର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ବିଜ୍ଞାନ , ଗଣିତ, ଇଂରାଜୀ, ସଂସ୍କୃତ , ହିନ୍ଦୀ, ଓଡ଼ିଆ ଓ ସାମାଜିକ ବିଜ୍ଞାନ ଭଳି ବିଭିନ୍ନ ବିଷୟକୁ ଆଧାର କରି ଅନେକ ଆକର୍ଷଣୀୟ ଓ ଜ୍ଞାନ ବର୍ଦ୍ଧକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ।

ପ୍ରତ୍ୟେକ ପ୍ରକଳ୍ପ ରେ ସେମାନଙ୍କର ନୂତନ ଓ ଉନ୍ନତ ଚିନ୍ତାଧାରା ପରିଶ୍ରମ ଓ ସୃଜନଶୀଳତା ର ପରିଚୟ ଦେଇଥିଲେ। ଏହି ଶିକ୍ଷା ମେଳା ରେ ସର୍ବ କନିଷ୍ଠ ବର୍ଗରୁ ୭୪ ଜଣ , କନିଷ୍ଠ ବର୍ଗରୁ ଗଣିତ ଓ ବିଜ୍ଞାନରେ ୫୬ ଜଣ, ଇଂରାଜୀ , ହିନ୍ଦୀ , ସାମାଜିକ ବିଜ୍ଞାନରେ ୧୫ ଜଣ , ବରିଷ୍ଠ ବର୍ଗରେ ଗଣିତ ଓ ବିଜ୍ଞାନ ପ୍ରକଳ୍ପରେ ୫୨ ଜଣ, ଇଂରାଜୀ, ସାମାଜିକ ବିଜ୍ଞାନ ଓ ସଂସ୍କୃତ ରେ ୧୭ ଜଣ, ଏହିପରି ସର୍ବ ମୋଟ ୨୧୪ ଜଣ ଭାଗ ନେଇଥିଲେ । ବିଶେଷ ବିଚାରକ ମଣ୍ଡଳୀ ମଧ୍ୟରେ ଡକ୍ଟର ଗୀତାଞ୍ଜଳି ତ୍ରିପାଠୀ, ଶ୍ରୀମତୀ ଭାରତୀ ମିଶ୍ର, ଡକ୍ଟର ସନ୍ତୋଷ କୁମାର ବେହେରା, ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତରାୟ,

ଶ୍ରୀଯୁକ୍ତ କୃପାସିନ୍ଧୁ ସ୍ୱାଇଁ, ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଶ୍ରୀମତୀ ପୂର୍ଣ୍ଣିମା ତ୍ରିପାଠୀ, ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, ଶ୍ରୀଯୁକ୍ତ ଦଣ୍ଡପାଣି ପାତ୍ର , ଶ୍ରୀମତୀ ସ୍ମିତାରାଣୀ କର ଏବଂ ଶ୍ରୀମତୀ ଶୁଭଶ୍ରୀ ପ୍ରମୁଖ ବିଚାରକ ମାନେ ପ୍ରତ୍ୟେକ ପ୍ରକଳ୍ପକୁ ଗଭୀରତା ର ସହ ପର୍ଯ୍ୟବେକ୍ଷଣ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ସେମାନଙ୍କ ପ୍ରକଳ୍ପ ର ଉଦ୍ଦେଶ୍ୟ , କାର୍ଯ୍ୟ ପ୍ରଣାଳୀ ଓ ବ୍ୟବହାରିକ ଉପଯୋଗୀତା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ପିଲାମାନଙ୍କର ଉପସ୍ଥାପନା ଶୈଳୀ, ନୂତନ ଚିନ୍ତାଧାରା ଏବଂ ବ୍ୟବହାରିକ ଉପଯୋଗୀତା କୁ ଆଧାର କରି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।

ଏହି ଶିକ୍ଷା ମେଳା କେବଳ ଏକ ପ୍ରଦର୍ଶନୀ ନଥିଲା ବରଂ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା , ଆତ୍ମବିଶ୍ବାସ ଓ ଜ୍ଞାନ କୁ ପରିପ୍ରକାଶ କରିବାର ଏକ ଉକୃଷ୍ଟ ମଞ୍ଚ ଥିଲା ଏହିଭଳି ଏକ ଅଭିନବ ପ୍ରୟାସ ମାଧ୍ୟମରେ ୟୁନିଟେକ ପବ୍ଲିକ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିବା ସହ ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିଜର ପ୍ରତିବଦ୍ଧତା ପ୍ରମାଣିତ କରିଅଛି ବୋଲି ଅଧ୍ୟକ୍ଷ ଶ୍ରୀମତୀ ରୋଜାଲିନ ପାତ୍ର ମତ ପୋଷଣ କରିଥିଲେ ।

Exit mobile version