ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନ କର୍ମକର୍ତ୍ତା ଚୟନ ଓ ବନ୍ଧୁମିଳନ – ସରୋଜ, ସଭାପତି

ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନ କର୍ମକର୍ତ୍ତା ଚୟନ ଓ ବନ୍ଧୁମିଳନ। ସରୋଜ ସଭାପତି, ଜନ୍ମେଜୟ ସମ୍ପାଦକ ଓ ମନୋରଞ୍ଜନ କୋଷାଧକ୍ଷ ମନୋନୀତ ।

ଖଣ୍ଡପଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଖଣ୍ଡପଡ଼ା ପୂର୍ତ୍ତ ଡାକ ବଙ୍ଗଳା ପରିସରରେ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଏବଂ ଖଣ୍ଡପଡ଼ା ଓ ଭାପୁର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ପ୍ରାକ୍ତନ ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ଦାସ,

ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନ ଉପଦେଷ୍ଟା ଆଇନଜୀବୀ ବିକ୍ରମ କେଶରୀ ଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଂଘ କୁ କିପରି ବଳିଷ୍ଠ ଓ ଏକତା ଭିତରେ ମଜଭୂତ କରାଯିବା ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏ ଅବସରରେ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ନୂତନ ସଭାପତି ଭାବେ ସରୋଜ କୁମାର ଚୌଧୁରୀ, ସମ୍ପାଦକ ଭାବେ ଜନ୍ମେଜୟ ଦଳେଇ ଏବଂ କୋଷାଧକ୍ଷ ଭାବେ ମନୋରଞ୍ଜନ ରଥ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯିବା ସହ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଗଲା ।

ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ହାନୀ କରିବା ଭଳି କାର୍ଯ୍ୟ ନକରି କଲମ ମୁନକୁ ସ୍ବଛ ଭାବରେ ଚଲାଇବାକୁ ବରିଷ୍ଠ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସେହିପରି ନୟାଗଡ଼ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ମିଶ୍ର ମଞ୍ଚାସିନ ରହି ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଭାପୁର ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ପିତାଙ୍କର ଦେହାନ୍ତ ଖବର ଶୁଣିବା ପରେ ଉପସ୍ଥିତ ସାମ୍ବାଦିକମାନେ ଶୋକ ପ୍ରକାଶ କରିବା ସହ ଏକ ନିରବ ପ୍ରାର୍ଥନା କରିଥିଲେ। ଯୁବ ସାମ୍ବାଦିକ ଜନ୍ମେଜୟ ଦଳେଇ ମଞ୍ଚ ପରିଚାଳନା କରିଥିବା ବେଳେ ଖଣ୍ଡପଡ଼ା,

କଣ୍ଟିଲୋ ଓ ଭାପୁର ଅଞ୍ଚଳର ପ୍ରାୟ ତିରିଶ ରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ସାମ୍ବାଦିକମାନେ ନିଜ ନିଜ ମଧ୍ୟରେ ଏକତା ବଜାୟ ରଖିବା ସହ ନିର୍ଭିକ, ସଚୋଟ ସାହାର୍ଯ୍ୟ ମନୋଭାବ ଓ ସାଲିସ ବିହୀନ ସାମ୍ବାଦିକତା କରିବା ପାଇଁ ଅତିଥି ମାନେ କହିଥିଲେ। ଏଥିସହ ସାମ୍ବାଦିକ ସୁରକ୍ଷା ଆଇନ୍, ବୟସ୍କଙ୍କୁ ପେନସନ ପ୍ରଦାନ, ସ୍ବାସ୍ଥ୍ୟ ବୀମା ଯୋଜନାକୁ ବର୍ଦ୍ଧିତ କରିବାକୁ ସରକାରଙ୍କ ପାଖରେ ଦାବି ରଖିବାକୁ ପ୍ରସ୍ତାବ ଆଗତ ହେବାସହ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କୁ ମଜଭୂତ କରିବା ପାଇଁ ସମସ୍ତେ ସଂକଳ୍ପ କରିଥିଲେ ।

Exit mobile version