ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଣପୁର ବ୍ଲକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନାଚୁଣୀ କ୍ଲଷ୍ଟର ଅନ୍ତର୍ଗତ ଲୋକିପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧି ଙ୍କ ର କାର୍ଯ୍ୟ ନିବୃତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଗଙ୍ଗାଧର ପ୍ରଧାନ, ମୁଖ୍ୟ ବକ୍ତା ଭାବେ କବି ଶିବପ୍ରସାଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ନାଚୁଣୀ କ୍ଲଷ୍ଟର ର ସି ଆର ସି ସି ମଧୁସୂଦନ ଭୋଇ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ହୋତା, ପ୍ରଭାତ ସୁନ୍ଦରାୟ,

ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ର ସଭାପତି ତପନ ମହାରଣା, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ସଞ୍ଜୟ କୁମାର ପଲେଇ, ୱାର୍ଡ ସଭ୍ୟ ରାମଚନ୍ଦ୍ର ଶାସମଲ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା, ଶିଶୁବାଟିକା ସେବିକା ଶ୍ରଦ୍ଧାଞ୍ଜଳି ଦାସ ପ୍ରମୁଖ ବିଦୟୀ ପ୍ରଧାନ ଶିକ୍ଷକ ଙ୍କ ର ଛାତ୍ର ବତ୍ସଳତା, କର୍ତ୍ତବ୍ୟନିଷ୍ଠା ଓ ଉତ୍ତମ ଗୁଣାତ୍ମକ ଶିକ୍ଷଣ ଉପରେ ଆଲୋକପାତ କରିଥିଲେ।

ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ର ପ୍ରାକ୍ତନ ସଭାପତି ଭିକାରୀ ଚାରଣ ପ୍ରଧାନ ଙ୍କ ଅଧ୍ୟାକ୍ଷତରେ ଅନୁଷ୍ଠିତ ଏହି ସଭା ର ପରମ୍ଭ ରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵାଗତ ସଂଗୀତ ଓ ବିଦାୟ ସଂଗୀତ ଗାନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟ, ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ, ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ଼ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ର ସଂଯୋଜନା ଓ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଜଗବନ୍ଧୁ ପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାରଣା।

Exit mobile version