ମୋ ପରିବାର”ପକ୍ଷରୁ ବିଶ୍ୱ ମିତବ୍ଯୟିତା ଦିବସ ପାଳିତ


ଜଟଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସଦା ସର୍ବଦା ନିୟାର ପ୍ରୟାସ କରି ଚାଲିଛି ସାମାଜିକ ସଂଗଠନ “ମୋ ପରିବାର” l ରାମଚନ୍ଦ୍ର ପୁର ସ୍ଥିତ ମା”ଉତ୍ତରାୟଣୀ ମନ୍ଦିର ପରିସରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି l “ମୋ ପରିବାର”ର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜନ କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ସଦସ୍ୟା ମାନଙ୍କୁ ସ୍ୱାଗତ କରାଯାଇଥିଲା l ତା’ପରେ “ମୋ ପରିବାର”ର ନୀତି ଓ ନିୟମ ବିଷୟରେ ଆଲୋଚନା କରାଯାଇଥିଲା l

“ମୋ ପରିବାର”ରେ ଆସିବା ପରେ କିପରି ଜୀବନରେ ଯେଉଁ ସବୁ ପରିବର୍ତ୍ତନ ଆସିଛି, ସେ ବିଷୟରେ ସମସ୍ତ ସଦସ୍ୟାମାନେ ନିଜ ନିଜର କଥା ପ୍ରକାଶ କରିଥିଲେ l ସଞ୍ଚୟ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ମିତବ୍ୟୟିତା ଅବଲମ୍ବନ କରି ନିଜର ଆର୍ଥିକ ସ୍ଥିତିକୁ କିଭଳି ସୁଦୃଢ କରିପାରିବା,

ଡିଜିଟାଲ ଆର୍ଥିକ କାରବାର ସମୟରେ ସତର୍କତା ଅବଲମ୍ବନ ଓ ସାଇବର ଠକେଇରୁ ସୁରକ୍ଷା ରହିବାର ଉପାୟ ଓ ପ୍ରତିରୋଧ ମୂଳକ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମରେ “ମୋ ପରିବାର”ର ସଦସ୍ୟା କ୍ରୀଷ୍ଣା ମିଶ୍ର, ମମତା ଦ୍ୱିବେଦୀ,ଦୀପା ନାୟକ, ପ୍ରିୟମ୍ବଦା ସିଂ,ମନୋଜ ଜେନା, ଦେବାଶିଷ ପାଣିଗ୍ରାହୀ ସଦସ୍ୟମାନେ ପରିଚାଳନା କରିଥିବା “ମୋ ପରିବାର”ର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l

Exit mobile version