କନ୍ଧମାଳ ଜିଲ୍ଲାରେ ‘ଆମ କଳାକାର CTMS 2.0’ ଅଡିସନ୍ ଆରମ୍ଭ

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଆଜି ‘ଆମ କଳାକାର CTMS 2.0’ ଯୋଜନା ନିମନ୍ତେ ଅଡିସନ୍ (ଚୟନ ପ୍ରକ୍ରିୟା) ଆରମ୍ଭ ହୋଇଯାଇଛି। ଏହି ଅଡିସନ୍ରେ ଜିଲ୍ଲାର ମୋଟ ୩୫ଟି ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇ ଭାଗନେଇଛନ୍ତି । ଏହି ଅଡିସନ୍ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପରିଚାଳନା କରିଥିଲେ। ଅଡିସନ ରେ ବିଚାରକ (Judges) ଭାବେ ଅଭିଜିତ୍ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପୁରୋହିତ ଏବଂ ରଞ୍ଜିତ ମୁଖୀ ଯୋଗଦେଇଥିଲେ। ସେହିପରି ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଉଜ୍ଜ୍ୱଳକାନ୍ତ ସାହୁ ଏବଂ ବିବେକାନନ୍ଦ କହଁର ଏହି ପରିଚାଳନାରେ ସହଯୋଗ କରିଥିଲେ ।

ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ଯେ, କନ୍ଧମାଳ ଜିଲ୍ଲାରେ ମୋଟ ୪୯୬ଟି ଦଳ ଏହି ଅଡିସ ନିମନ୍ତେ ପଞ୍ଜୀକୃତ ହୋଇଛନ୍ତି । ଆଗାମୀ ଦିନଗୁଡ଼ିକରେ ଏହି ଦଳଗୁଡ଼ିକ ମଧ୍ୟରେ ଏକ କଠିନ ପ୍ରତିଯୋଗିତା ଦେଖିବାକୁ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଚୟନ ପ୍ରକ୍ରିୟାରେ ବିଚାରକ (Judges) ଭାବେ ଅଭିଜିତ୍ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପୁରୋହିତ ଏବଂ ରଞ୍ଜିତ ମୁଖୀ ଯୋଗଦେଇଥିଲେ ।

ସେହିପରି ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଉଜ୍ଜ୍ୱଳକାନ୍ତ ସାହୁ ଏବଂ ବିବେକାନନ୍ଦ କହଁର ଏହି ପରିଚାଳନାରେ ସହଯୋଗ କରିଥିଲେ । ​ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ଯେ, କନ୍ଧମାଳ ଜିଲ୍ଲାରେ ମୋଟ ୪୯୬ଟି ଦଳ ଏହି ଅଡିସନ୍ ନିମନ୍ତେ ପଞ୍ଜୀକୃତ ହୋଇଛନ୍ତି । ଆଗାମୀ ଦିନଗୁଡ଼ିକରେ ଏହି ଦଳଗୁଡ଼ିକ ମଧ୍ୟରେ ଏକ କଠିନ ପ୍ରତିଯୋଗିତା ଦେଖିବାକୁ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।

Exit mobile version