ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ,୩ଟି ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ଚୈ।ଦ୍ବାରର ରୂପ ଯାତ୍ରାର ସୁଯୋଗ ନେଇ ଚୋରା ମଦ ବେପାରୀ ଚଳଚଞ୍ଚଳ ହୋଇ ପଡିଛନ୍ତି। କିନ୍ତୁ ଜିଲ୍ଲା ଅବକାରୀ ବିଭାଗର ତତ୍ପରତା ଆଗରେ ସବୁ ବିଫଳ ହୋଇଯାଇଛି। ଆଜି ଚୋରା ମଦ କାରବାରର ଚାଲିଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ୱରେ ଏକ ଦଳ ଚୈ।ଦ୍ବାର ଥାନା ଅଧୀନରେ ଥିବା ୩ ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀମଦ ଜବତ କରିଛନ୍ତି। ପ୍ରଥମେ ଏହି ଦଳ ଚୈ।ଦ୍ଵାରର ଚାରିଘରିଆରୁ ଦେଶୀମଦ ବେପାରୀ ଶ୍ରୀ ରାହୁଲ କୁମାର ମଲ୍ଲିକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଆନୁମାନିକ.୧ଲକ୍ଷ,୪୦, ହଜାର ଟଙ୍କାର ୧ହଜାର ୧୫୦ ଲିଟର ଚୋରା ଦେଶୀମଦ ଜବତ କରିବା ସହ କାରବାରରେ ବ୍ୟବହୃତ ଏକ ଜୁପିଟର ସ୍କୁଟି ଓ ଏକ ଆଣ୍ଡ୍ରୋଏଡ୍ ମୋବାଇଲ ଫୋନ୍ ଜବତ କରିଛନ୍ତି ।

ସେହିପରି ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ କାର୍ଯ୍ୟକ୍ରମରେ ଓ.ଟି.ଏମ୍ ଛକ ନିକଟରେ ଚଢାଉ କରାଯାଇ ଆନୁମାନିକ ୧ ଲକ୍ଷ ୧୪ ହଜାର ଟଙ୍କା ମୂଲ୍ୟର ଚୋରା ଦେଶୀମଦ ସହ ଏକ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ୍ ସହ ୨୭ ବର୍ଷ ବୟସ୍କ ଶ୍ରୀ ଆଶିଷ ମଲ୍ଲିକଙ୍କୁ ଗିରଫ କରିଛି । ଆଉ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ଦଳ ମୁଣ୍ଡମାଳ ଛକ ନିକଟରେ ଅତର୍କିତ ଚଢ଼ାଉ କରି ଆନୁମାନିକ ୪୦ ହଜାର ଟଙ୍କା ମୂଲ୍ୟର ଦେଶୀମଦ ଜବତ କରିବା ସହ ଏକ ଆଣ୍ଡ୍ରୋଏଡ୍ ମୋବାଇଲ ଫୋନ୍ ସହ ଚୋରା ମଦ ବେପାରୀ ଶ୍ରୀ ସମୀର ମଲ୍ଲିକଙ୍କୁ ନିଜ ହେପାଜତକୁ ନେଇଛି ।

ଏହି ୩ ଚୋରା ମଦ ବେପାରୀଙ୍କ ବିରୁଦ୍ଧରେ ଅବକାରୀ ଥାନା ପକ୍ଷରୁ ତିନୋଟି ମାମଲା ଯଥାକ୍ରମେ ନଂ-୨୯୯/୨୬,୩୦୦/୨୬ ଓ ୩୦୧/୨୬ ରେ ଋଜ୍ଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ନିରୀକ୍ଷକ ଶ୍ରୀ ବର୍ମାଙ୍କ ସହ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗର ସହକାରୀ-ନିରୀକ୍ଷକ ଶ୍ରୀମତୀ ନିରୁପମା ସାହୁ, ସହକାରୀ ଉପ-ନିରୀକ୍ଷକ ଶ୍ରୀ ହରିହର ନାୟକ, କନେଷ୍ଟବଳ ଶ୍ରୀ ଅଜୟ ଜେନା , ଶ୍ରୀ ଦେବବ୍ରତ ଓଝା, ଶ୍ରୀ ଶଙ୍କର ସିଂ, ଶ୍ରୀ ଲକ୍ଷ୍ମଣ ବେହେରା ଓ ମହିଳା କନେଷ୍ଟବଳ ଶ୍ରୀମତୀ ପ୍ରିୟତମା ରଥ ସାମିଲ୍ ଥିଲେ। ଏହି ନିଶାମୁକ୍ତ ଚୈଦ୍ବାରର ପ୍ରୟାସ ଲାଗି ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Exit mobile version