ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର

ଗୋପ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଚନ୍ଦ୍ରଭାଗା ଉପକୂଳରୁ ୪୩ କିଲୋମିଟର ଦୂର ସମୁଦ୍ର ଗର୍ଭରେ ପ୍ରାକୃତିକ ଗ୍ୟାସର ବଡ଼ ଭଣ୍ଡାର ମିଳିବା ପରେ ଏବେ ଓଏନଜିସି ଦ୍ବାରା ନିୟୋଜିତ ବିଶାଳ ଖନନ ଜାହାଜର ଚିତ୍ର ସାମ୍ନାକୁ ଆସିଛି। ମହାନଦୀ ବେସିନ୍‌ର ‘ହିରାଣାକୁଡ଼ି’ ବ୍ଲକ୍ (ମହାନଦୀ ଡିପ୍ ୱାଟର ବ୍ଲକ୍ ୧୮.୧) ଅଧୀନରେ ସମୁଦ୍ର ପତ୍ତନରୁ ୧୪୨୫ ମିଟର ଗଭୀରତାରେ ଏହି ହାଇଡ୍ରୋକାର୍ବନ୍ ବା ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି ।

କିଛି ଦିନ ତଳେ ଓଏନଜିସି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଟ୍ଵିଟ୍ ଜରିଆରେ ଏହି ସଫଳତା ବାବଦରେ ସୂଚନା ଦେଇଥିଲେ । ୨୦୧୮ରେ ଓଡ଼ିଶା ଉପକୂଳରେ ସେସ୍‌ମିକ୍ ସର୍ଭେ ପରେ ଗୋପ ଅଞ୍ଚଳରେ ଖନନ ଆରମ୍ଭ ହୋଇଥିଲା। ସମୁଦ୍ର ଭିତରେ ମିଳିଥିବା ଏହି ବିଶାଳ ଗ୍ୟାସ୍‌ ଭଣ୍ଡାର ଓଡ଼ିଶାର ଅର୍ଥନୀତି ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ଦେଶର ତୈଳ ଓ ଗ୍ୟାସ୍ ଆବଶ୍ୟକତା ପୂରଣରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

Exit mobile version