ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଧୋ ତ୍ସବ

ବାଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାଣପୁର ଅଞ୍ଚଳ ର ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ସଂସ୍ପର୍ଶରେ ଆସି ଅବିଭକ୍ତ ବାଣପୁର (ପାରିକୁଦ ଠାରୁ ଆରମ୍ଭ କରି ବାଣପୁର ଓ ରାମେଶ୍ୱର ପର୍ଯ୍ୟନ୍ତ ଏକଦା ବ୍ୟାପ୍ତ )ର ସାହିତ୍ୟ, ଇତିହାସ,ଶିକ୍ଷା ଓ ଜନସେବା ରେ ଉଲ୍ଲେଖନୀୟ କୃତୀତ୍ଵ ହାସଲ କରିଥିବା ବିରଳ ବ୍ୟକ୍ତିତ୍ୱ ସାହିତ୍ୟିକ ଓ ଐତିହାସିକ ଡାକ୍ତର ରାଧାଚରଣ ପଣ୍ଡା ଙ୍କ ର ବାଉନ ତମ ଶ୍ରାଦ୍ଧ ଉତ୍ସବ ବାଣପୁର ବିଧାରପୁର ସ୍ଥିତ ସାହିତ୍ୟ ସିନ୍ଦୁରା ଓ ଡାକ୍ତର ରାଧା ଚରଣ ପଣ୍ଡା ସ୍ମୃତି କମିଟି ର ମିଳିତ ଆନୁକୂଲ୍ୟରେ ଶୁଭକଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ ବାଣପୁର ଗ୍ରାମୀଣ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସାହିତ୍ୟିକ ସର୍ବେଶ୍ୱର ଷଡ଼ଙ୍ଗୀ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଐତିହାସିକ ଓ ଗବେଷକ ମଦନ ମୋହନ ମହାପାତ୍ର ଏବଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ ବିଶିଷ୍ଟ ଐତିହ୍ୟ ସଂଗ୍ରାହକ ଓ ପାଠାଗାର ଆନ୍ଦୋଳନ ର ପୁରୋଧା ଗୋଲକ ବିହାରୀ ଦାସ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ଉଦୀୟମାନ କବି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶଶୀଭୁଷଣ ବରାଳ । ସମସ୍ତ ବକ୍ତା ସେମାନଙ୍କର ଅଭିଭାଷଣରେ ଦାକ୍ତର ରାଧାଚରଣକୁ ଜଣେ ଇଟ୍ସର୍ଗୀକୃତ ଚିକିତ୍ସକ, ନିରଳସ ସାହିତ୍ୟ ସାଧକ ଓ ବିଶିଷ୍ଟ ସମାଜସେବୀ ଭାବେ ବର୍ଣ୍ଣନା କରି ତାଙ୍କର ବହୁବିଧ ବ୍ୟକ୍ତିତ୍ୱ ସାମ୍ପ୍ରତିକ ଓ ଆଗାମୀ ପିଢ଼ିର ଆଦର୍ଶ ହେବା ଉଚିତ ବୋଲି ମତାମତ ପ୍ରଦାନ କରିଥିଲେ । 

ପ୍ରାରମ୍ଭରେ ସ୍ମୃତି କମିଟିର ସମ୍ପାଦକ କୈଳାଶ ଚନ୍ଦ୍ର ହୋତା ପ୍ରାରମ୍ଭିକ ସୂଚନା ଦେବା ସହିତ ଶିଶୁ ଶିଳ୍ପୀମାନେ ବନ୍ଦେ ଉତ୍କକ ସଂଗୀତ ଗାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ଓ ଆଇନଜୀବୀ ରବୀନ୍ଦ୍ର ନାଥ ମାନସିଂହ, ପ୍ରାକ୍ତନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥ, କବି ଶିଶିର କୁମାର ଦାସ, ନାଟ୍ୟକାର ଅଶୋକ କୁମାର ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲଷ୍ମୀଚରଣ ପ୍ରଧାନ, କବୟିତ୍ରୀ ତଥା ନାରୀନେତ୍ରୀ ସୁଶ୍ରୀ ସନ୍ଧ୍ୟା ଦେବୀ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ପ୍ରମୁଖ ଡାକ୍ତର ରାଧାଚରଣଙ୍କ ସ୍ମୃତି ଚାରଣ କରିଥିଲେ । ପରିଶେଷରେ କବି ଶଶୀଭୁଷଣ ବରାଳ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version