ସ୍ୱାତୀ ଅନୁଷ୍ଠାନ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଅକ୍ଟୋବର ମାସ ୨୯ ତାରିଖ କୁ ସାରା ଦେଶରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରୁଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏହି ଦିବସ ଟିକୁ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ସମ୍ପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ୧୯୯୯ ମସିହାରେ ସମ୍ମୁଖିନ ହୋଇଥିବା ମହାବତ୍ୟା ଓ ତାର କରାଳ ବିଭିଶିକା କୁ ମନେ ପକାଇ ସେହି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଶ ମାନଙ୍କୁ ଶ୍ରଦ୍ଧାଞଳୀ ଅର୍ପଣ ସ୍ୱରୁପ ଦୁଇ ମିନିଟର ନିରବ ପ୍ରର୍ଥନା କରାଯାଇଥିଲା ।

ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମି ବିଶ୍ୱରଞନ କର ଉପସ୍ଥିତ ରହି ବିପର୍ଯ୍ୟୟ ସମୟରେ କିପରି ନିଜକୁ ସୁରକ୍ଷିତ ରଖିହେବ ତାହାର କିଛି କୌଶଳ ଉପସ୍ଥାପନା କରିବା ସହିତ କନ୍ଧମାଳ ଜିଲ୍ଲାରେ ସ୍ୱାତି ଅନୁଷ୍ଠାନ କାର୍ଯ୍ୟ କରିଥିବା କିଛି ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିୟ ତଥ୍ୟ ଉପସ୍ଥାପନା କରିଥିଲେ । ତତ୍ସହିତ ୧୯୯୯ ମହାବାତ୍ୟା ପରଠାରୁ ଓଡିଶା କିପରି ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟି ଗଠନ କରାଇ ଦେଶ ଏବଂ ଦେଶ ବାହାରେ ମଧ୍ୟ ପ୍ରଶଂସା ପାଇଛି ତାହା ଉପସ୍ଥାପନା କରିଥିଲେ ।

ସେହିପରି ଶିବସୁନ୍ଦର ସାହୁ ଯୋଗଦେଇ ବିପର୍ଯ୍ୟୟ ଏକ ଏମିତି ସମସ୍ୟା ତାହା କେବେ କାହାକୁ ନଯଣାଇ ହିଁ ଆସିଥାଏ ଏବଂ ଏଥିରୁ ମୁକୁଳିବା ପାଇଁ ମଣିଷ ନିଜେ ସତର୍କ ହେବା ସହିତ ସାମୁହିକ ଭାବରେ ପରିଚାଳନା କରିପାରିଲେ ଏହାର ପ୍ରଶମନ ହୋଇପାରିବ ବୋଲି କହିଥିଲେ । ସେହିପରି ଅନୁଷ୍ଠାନ ତରଫରୁ ସ୍ୱଧର୍ମ ରାଉତ ମହାବାତ୍ୟା ସମୟର ଅନୁଭୂତି କୁ ଉପସ୍ଥାପନା କରିବା ସହିତ ବିପର୍ଯ୍ୟୟ ପରିଚାଳନା ପାଇଁ ପୁର୍ବ ପ୍ରସ୍ତୁତି ର ଆବଶ୍ୟକତା ଗୁରୁତ୍ୱ ପୂର୍ଣ୍ଣ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ଏବଂ ଦନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିପ୍ର ଚରଣ ସାହୁ, ସନ୍ତୋଷ କୁମାର ମିଶ୍ର ଓ ସ୍ୱାଗତିକା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version