ଅବକାରୀ ବିଭାଗ ଦ୍ଵାରା ୫୮ ହଜାର ଟଙ୍କାର ଦେଶୀ ମଦ ଜବତ : ଜଣେ ଗିରଫ

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି। ଅବକାରୀ ବିଭାଗ କର୍ମଚାରୀଙ୍କ ଦ୍ଵାରା ୫୮ ହଜାର ଟଙ୍କାର ଦେଶୀ ମଦ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି । ଆଜି କଟକ ଜିଲ୍ଲା ଅବକାରୀ ଥାନା -୨ ର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଶ୍ରୀ ବିଶ୍ବଜିତ ଆରୁଖ ନିଜ ଅବକାରୀ ବିଭାଗର ଅଧିକାରୀମାନଙ୍କ ସହ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ସମୟରେ କଟକ ଫେଜ୍-୨ ଥାନା ଅନ୍ତର୍ଗତ ବିଜୁପଟ୍ଟନାୟକ ପାର୍କ ନିକଟରେ ଏକ ଯୁବକ ଟିଭିଏସ୍ ମୋଟରସାଇକେଲ ଚଲାଇ ଦ୍ରୁତ ଗତିରେ ଆସୁଥିବାର ଦେଖିଅବକାରୀ କର୍ମଚାରୀ ସନ୍ଦେହଜନକ ଭାବେ ଅଟକାଇବା ସହ ତଲାସୀ କରି ତା ନିକଟରୁ ୪୦ ଲିଟର ଦେଶୀମଦ ଜବତ କରିଛନ୍ତି ।

ଏହି ଜବତ ଦେଶୀମଦ ର ମୂଲ୍ୟ ଆନୁମାନିକ ୫୮ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଚୋରା ମଦ ବେପାରୀ ବାଙ୍କୀ ବେଦ ରାମଚନ୍ଦ୍ରପୁରର ୨୪ ବର୍ଷ ବୟସ୍କ ଶ୍ରୀ ରାକେଶ କୁମାର ଛାଟୋଇଙ୍କୁ ଓଡ଼ିଶା ଅବକାରୀ ଆଇନ ୨୦୦୮ ଧାରା ୫୨(ଏ)(!) ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରା ମଦ ବେପାରୀ ବ୍ୟବହାର କରୁଥିବା ଓଡି.ଜିରୋ୦୫-ସିଜେ -୫୨୧୦ ଟିଭିଏସ୍ ସ୍ପୋର୍ଟସ ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି ।

ଏହି ଚଢ଼ାଉରେ ଶ୍ରୀ ଆରୁଖଙ୍କ ସହ ସହକାରୀ ଉପ-ନିରୀକ୍ଷକ ଶ୍ରୀ କମଳାକାନ୍ତ ବେହେରା, କନେଷ୍ଟବଳ ଶ୍ରୀ ରମାକାନ୍ତ ରାଉତ, ଶ୍ରୀ ରାଜକୃଷ୍ଣ ବିଶ୍ୱାଳ ଓ ମହିଳା କନେଷ୍ଟବଳ ଶ୍ରୀମତୀ ରାଜଶ୍ରୀ ବେହେରା ସାମିଲ୍ ଥିଲେ । ଏହିପରି ଚଢାଉ ବାରମ୍ବାର କରାଯିବାର କାର୍ଯ୍ୟକ୍ରମ ରହିଛି ଏବଂ କଟକ ଜିଲ୍ଲାକୁ ସମ୍ପୂର୍ଣ୍ଣ ଚୋରା ମଦ ବେପାରିଙ୍କ କବଳରୁ ମୁକ୍ତ କରିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ଦୃଢ ପରିକର ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ପ୍ରକାଶ କରିଛନ୍ତି ।

Exit mobile version