ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଦାଶରଥି ପଟ୍ଟନାୟକ ଆନ୍ତର୍ଜାତିକ ପାଠାଗାର ସଂଗ୍ରହାଳୟ ଗବେଷଣା ଓ କେନ୍ଦ୍ର ପରିଦର୍ଶନ କରି ଅଭିଭୂତ ହେଲେ ଏବଂ ପ୍ରବାଦ ପୁରୁଷ ବିସ୍ମୟ ସାଧକ ଦାଶରଥି ପଟ୍ଟନାୟକ ( ଦାସିଆ ଅଜା)ଙ୍କ ପ୍ରତିମୂର୍ତ୍ତି ଓ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଖଣ୍ଡପଡ଼ା (ଭାପୁର) ଦେୱାନୀ ଅଦାଲତ ର ମାଜିଷ୍ଟ୍ରେଟ୍ (ବିଚାରପତି) ସୁଚିନ୍ତିତା ଦାସ ଓ ମାଜିଷ୍ଟ୍ରେଟ୍ ଙ୍କ ଭଉଣୀ ଅନ୍ୟତମା l

ଦାସିଆ ଅଜାଙ୍କ ଅସାଧାରଣ ସାଧନା ଓ ବିଶ୍ବ ବିଦିତ କିର୍ତ୍ତୀ ସମ୍ପର୍କେ ମାଜିଷ୍ଟ୍ରେଟ୍ ଅନେକ ଦିନରୁ ଅବଗତ ଥିଲେ ବୋଲି ମତ ପ୍ରକାଶ କରିଥିଲେ l ପାଠାଗାର ସଂଗ୍ରହାଳୟ କୁ ଦେଖିବା ପରେ ବିସ୍ମିତ ହୋଇଥିଲେ l ଦାସିଆ ଅଜାଙ୍କ ସାଧନା ଓ ସଂଘର୍ଷ ମୟ ଜୀବନ କାହାଣୀ ସମ୍ପର୍କେ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ ଙ୍କ ସହିତ ଆଲୋଚନା କରି ମାଜିଷ୍ଟ୍ରେଟ୍ ଖୁବ୍ ଖୁସି ପ୍ରକଟ କରିଥିଲେ l  ପାଠାଗାର ସଂଗ୍ରହାଳୟ ରେ ଏକ ବିଶେଷ ମୂହୁର୍ତ ରେ ମାଜିଷ୍ଟ୍ରେଟ୍ ଙ୍କ ସହିତ ଅନୁଷ୍ଠାନ ସମ୍ପାଦକ ଦୀପକ ପଟ୍ଟନାୟକ l

Exit mobile version