ଜି.ଆର୍. ପ୍ୟାଲେସ୍ରେ ଜମିଲା ମହିଳାଙ୍କ ଉତ୍ସାହ, ନୃତ୍ୟ ଓ ପ୍ରତିଯୋଗିତାରେ ମନ ମୋହିଲା କାର୍ଯ୍ୟକ୍ରମ
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବଲାଙ୍ଗୀରରେ ଭାରତୀୟ ସଂସ୍କୃତି, ଧାର୍ମିକ ଆସ୍ଥା ଓ ପାରମ୍ପରିକ ରୀତିନୀତିର ଅପୂର୍ବ ସମାଗମ ଦେଖିବାକୁ ମିଳିଛି। ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀ ପକ୍ଷରୁ ଦ୍ୱାଦଶତମ କରୱା ଚୌଥ୍ ସହ ଶରଦ ପୂର୍ଣ୍ଣିମା ଉତ୍ସବ ଜି.ଆର୍. ପ୍ୟାଲେସ୍ରେ ଧୁମ୍ଧାମ୍ରେ ଆୟୋଜିତ ହୋଇଯାଇଛି । ସମ୍ମିଳନୀର ଅଧ୍ୟକ୍ଷା ପୁନମ ଖଣ୍ଡେଲୱାଲ, ଅନିତା ଡାଲମିଆ ଏବଂ ସଙ୍ଗୀତା ଝରୱାଲିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ମହିଳାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଗ୍ରୱାଲ ସଭା ଟ୍ରଷ୍ଟର ଅଧ୍ୟକ୍ଷ ଅଶୋକ ଛାପଡ଼ିଆ, ସାମ୍ବାଦିକ ସଂଘର ସଭାପତି ମୋହନ ସୋନି, ଅଗ୍ରୱାଲ ସଭା ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ କୈଳାସ ଅଗ୍ରୱାଲ ଏବଂ କୈଳାସ ଚନ୍ଦ୍ର ଅଗ୍ରୱାଲ,ଅନୀଲ ଝରବାଳୀୟ, ମନୋଜ ଭାଇଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ। କରୱା ଚୌଥ୍ ସ୍ୱାମୀଙ୍କ ଦୀର୍ଘାୟୁ ଓ ଦାମ୍ପତ୍ୟ ଜୀବନର ମଙ୍ଗଳ କାମନା ସହ ଜଡ଼ିତ ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଶରଦ ପୂର୍ଣ୍ଣିମାର ମଧ୍ୟ ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରହିଛି ।
