ବାୟାପଲ୍ଲୀ ଗ୍ରାମରେ ବାଦୀପାଲ୍ଲା ପ୍ରତିଯୋଗିତା

ବୋଲଗଡ଼ (ଓଡିଶା ତାଜା ନ୍ୟୂଜ ) :- ବୋଲଗଡ଼ ବ୍ଲକ ସାନପଦର ଗ୍ରାମପଞ୍ଚୟତ ଅନ୍ତର୍ଗତ ବାୟାପଲ୍ଲୀ ଗ୍ରାମରେ ଅନୁଷ୍ଠିତ ଦ୍ଵିତୀୟ ବାଷିକ ମା “ଯୋଗମାୟା ବାଦୀପାଲ୍ଲା ପ୍ରତିଯୋଗିତା ମଞ୍ଚକୁ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି ! ବାୟାପଲ୍ଲୀ ଗ୍ରାମର ମା’ ଯୋଗମାୟାଙ୍କ ପୀଠରେ ଚଳିତ ୨୨ରୁ ୨୫ ପର୍ଯ୍ୟନ୍ତ ଶାରଦୀୟ ଦ୍ଵିତୀୟ ବାର୍ଷିକ ବାଦୀପାଲା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି।ପ୍ରତିଦିନ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସର ଜମିଥିଲା ।

ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାର ‘ଗାୟକ ସମ୍ରାଟ’ ଲମ୍ବୋଧର ରାଉତ ଏବଂ କଟକ ଆଠଗଡ଼ ଅଞ୍ଚଳର ‘ଗାୟକ ଜ୍ଞାନବାରିଧି’ ଭାସ୍କରଚନ୍ଦ୍ର ସାହୁଙ୍କ ମଧ୍ୟରେ ଉଚ୍ଚକୋଟୀର ବାଦୀପାଲା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଆବାହକ କୁଳମଣି ରାୟଗୁରୁଙ୍କ ପ୍ରତ୍ୟକ୍ଷ ସଂଯୋଜନା ଏବଂ ଉପଦେଷ୍ଟା ବନମାଳି ବେହେରାଙ୍କ ମାର୍ଗଦର୍ଶନରେ ସଫଳତାର ସହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କମିଟିର ସଭାପତି ସୁବାସଚନ୍ଦ୍ର ମହାପାତ୍ର,

ସମ୍ପାଦକ ସନ୍ତୋଷ କୁମାର ନାୟକ,ବସନ୍ତ କୁମାର ସାମନ୍ତରାୟ,ବିଜୟ ଚନ୍ଦ୍ର ନାୟକ,ବିଜୟ କୁମାର ମହାପାତ୍ର,ରବୀନ୍ଦ୍ର କୁମାର ନାୟକ ସୁରେନ୍ଦ୍ର କୁମାର ସାହୁ ଉପେନ୍ଦ୍ର ନାଥ ସାମନ୍ତରାୟ,ହୃଷିକେଶ ନାୟକ ତ୍ରିନାଥ ବେହେରା, ବାସୁଦେବ ମହାରଣା,ଅରବିନ୍ଦ ନାୟକ,ଦୀନବନ୍ଧୁ ବେହେରା,ମଙ୍ଗୁଳି ମହାରଣା,ବାଳକୃଷ୍ଣ ଗୁଆଳଓ ସୁରେନ୍ଦ୍ର କୁମାର ବେହେରା ପ୍ରମୁଖଙ୍କ ସମେତ ଓ ବିଶ୍ଵନାଥପୁର ଗ୍ରାମବାସୀ ଗ୍ରାମବାସୀ ସହଯୋଗ କରି ପରିଚାଳନା କରିଥିଲେ ।

Exit mobile version