ଆସନ୍ତା ପୂଜା ଉତ୍ସବ ପାଳନ ନିମନ୍ତେ ନୀତି ନିୟମ ଜାରି କଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ଛତ୍ରପୁର :- ଓଡିଶା ସରକାରଙ୍କ ରାଜସ୍ବ ଓ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ବାରା ପ୍ରଦତ୍ତ ନିୟମ ପ୍ରକାରେ ବର୍ତ୍ତମାନର ସ୍ଥିତିକୁ ଆଧାର କରି ସରକାରଙ୍କ ଆଦେଶ ପତ୍ର ୫୩୧୫ / R&DM(DM) ତା.୧୦.୦୯.୨୦୨୦ ୫୬୨୭ / R&DM(DM) ତା ୦୧.୧୦.୨୦୨୦ ପ୍ରକାରେ ଚଳିତ ବର୍ଷର ପାଳିତ ହେବାକୁ ଥିବା ଦୂର୍ଗାପୂଜା, ଲକ୍ଷ୍ମୀପୂଜା,କାଳୀପୂଜା ଏବଂ ଅନ୍ୟାନ୍ୟ ପୂଜା ଗୁଡିକ ସେପ୍ଟେମ୍ବର. ଅକ୍ଟୋବର ଏବଂ ନଭେମ୍ବର ମାସରେ କେତେକ ନିୟମ ପ୍ରକାରେ ଗଞ୍ଜାମ ଜିଲ୍ଲାରେ କଡାକଡି ଭାବେ ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦୂର୍ଗାପୂଜା ମଣ୍ଡପରେ ପାଳନ କରିବା ସକାଶେ ଅନୁଷ୍ଠାନ ଗୁଡିକ ନିଜ ଅଞ୍ଚଳର ଉପଜିଲ୍ଲାପାଳ ତଥା ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟଙ୍କ ଠାରୁ ଅନୁମତି ଗ୍ରହଣ କରିବେ । ପୂଜା ମଣ୍ଡପ / ପେଣ୍ଡାଲ ଗୁଡିକ ତିନି ଦିଗରୁ ଆବୃତ ବା ବନ୍ଦକରି ରଖିବେ । ଚତୁର୍ଥ ଦିଗକୁ ମଧ୍ୟ ବନ୍ଦ ରଖିବେ । ଭକ୍ତ କିମ୍ବା ଜନ ସାଧାରଣଙ୍କୁ ଠାକୁର ଦର୍ଶନ ବାରଣ କରାଯାଇଛି ।
• ଠାକୁର ମୂର୍ତ୍ତି ଗୁଡିକ ୪ ଫୁଟ ରହିବ ।
• ଡାକବାଜିଯନ୍ତ୍ରର ବ୍ୟବହାର ହେବ ନାହିଁ ।
• ପୁରୋହିତ ବା ପୂଜାରୀ କର୍ମକର୍ତ୍ତା ଓ ଆୟୋଜକ ମାନଙ୍କୁ ସମସ୍ତଙ୍କୁ ମିଶାଇ ସମୁଦାୟ ୭ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁ ସମୟରେ ପୂଜା ମଣ୍ଡପ ନିକଟରେ ରହିପାରିବେ ।
• ପୂଜା ମଣ୍ଡପ ପେଣ୍ଡାଲ ନିକଟରେ କୋଭିଡ୍ ନିୟମକୁ ଯେମିତି କଡାକଡି ପାଳନ ହେବ ସେଥିପ୍ରତି ଦୃଷ୍ଟି ଦେବେ । ଭାରତ ସରକାର/ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିୟମ ପ୍ରକାରେ ସମସ୍ତଙ୍କ ଦ୍ବାରା ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର,ବ୍ୟକ୍ତିଗତ ସଫାସୁତୁରା, ସାନିଟାଇଜେସନ୍ କରିବା ଜରୁରୀ ।
• ସଂପୃକ୍ତ ସଙ୍ଗଠନ କିମ୍ବା ସଂପୃକ୍ତି ଥିବା ବ୍ୟକ୍ତି ସ୍ଥାନୀୟ ପ୍ରଶାସନ ଦ୍ବାରା ପୂଜା ନିମନ୍ତେ ଜାରି କରାଯାଇଥିବା ନିୟମ ଗୁଡିକୁ ଅନୁପାଳନ କରିବା ଆବଶ୍ୟକ ।
• ମୂର୍ତ୍ତି ବିସର୍ଜନ ସକାଶେ କୌଣସି ଶୋଭାଯାତ୍ରା ହେବ ନାହିଁ । ସ୍ଥାନୀୟ ପ୍ରଶାସନ ଦ୍ବାରା କରାଯାଇଥିବା କୃତ୍ରିମ ପୋଖରୀରେ ବିସର୍ଜନ କରିପାରିବେ ।
• କୌଣସି ମନୋରଞ୍ଜନ ଧର୍ମୀ/ମ୍ୟୁଜିକାଲ୍ କାର୍ୟ୍ୟକ୍ରମ ହେବ ନାହିଁ ।
• ପୋଲିସ୍ ସହାୟତାରେ ଉପଜିଲ୍ଲାପାଳ, ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ବିଜ୍ଞାପିତ ଅଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀଗମ ଏହି ନିୟମ ପରାଳନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ସହିତ ଚଢାଉ କରିବା ସକାଶେ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
• ଏହି ନିୟମ ବିରୁଦ୍ଧାଚରଣ କଲେ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ନିୟମ -୨୦୦୫ର ସେକ୍ସନ୍-୫୧ ଠାରୁ ୬୧ ପ୍ରାକାରେ (Epidemic Disease Act-୧୮୯୭) ଏବଂ ୧୮୮ IPCଧାରା ପ୍ରକାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ
(ରିପୋର୍ଟ: ଶେଷଦେବ ସାହୁ ଗଞ୍ଜାମ)

Exit mobile version