ଓଡିଶାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିରାପତ୍ତା ରକ୍ଷୀ ଓ ପିଅନ ନିଯୁକ୍ତି ଦାବୀ


​କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଣ୍ଟାବାଞ୍ଜି ସମାଜସେବୀ ଶ୍ରୀ ଶାନ୍ତନୁ ବିଭାରଙ୍କ ପକ୍ଷରୁ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବୀପତ୍ର ପ୍ରଦାନ କରାଯାଇଛି । ​ରାଜ୍ୟର ପ୍ରତ୍ୟେକ ଗାଁ ଓ ସହରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କୋମଳମତି ଶିଶୁମାନଙ୍କ ସୁରକ୍ଷାକୁ ଅଧିକ ଦୃଢ଼ କରିବା ଏହି ଦାବୀର ମୁଖ୍ୟ ଉଦ୍ଦେଶ୍ୟ ।

ବର୍ତ୍ତମାନର ସମୟରେ ଅନେକ ବିଦ୍ୟାଳୟରେ ପ୍ରାଙ୍ଗଣ ଓ ଶ୍ରେଣୀଗୁଡ଼ିକର ସୁରକ୍ଷା ନେଇ ବିଭିନ୍ନ ଅସୁବିଧା ଦେଖାଦେଉଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶକୁ ରୋକିବା ପାଇଁ ପ୍ରତି ବିଦ୍ୟାଳୟରେ ଜଣେ ଲେଖାଏଁ ସିକ୍ୟୁରିଟି ଗାର୍ଡ ଏବଂ ପିଅନ ନିଯୁକ୍ତି ଦିଆଯିବାକୁ ଦାବୀ କରାଯାଇଛି । ​ଏହି ପଦକ୍ଷେପ ଦ୍ୱାରା ଅଭିଭାବକ ଓ ସାଧାରଣ ଜନତାଙ୍କ ଆସ୍ପା ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଅଧିକ ଦୃଢ଼ୀଭୂତ ହୋଇପାରିବ ବୋଲି ଆଶାପ୍ରକାଶ କରାଯାଇଛି ।

Exit mobile version