ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ନୟାଗଡ :- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମ ବେଙ୍ଗେଇସାହିର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନ ବ୍ରାହ୍ମଣ ସମାଜର ସମ୍ପାଦକ ଆର୍ତ୍ତବନ୍ଧୁ ମିଶ୍ରଙ୍କର ଆଜି ବୟସାଧିକ କାରଣରୁ ନିଜ ବାସଭବନରେ ୮୩ ବର୍ଷ ବୟସରେ ମୃତ୍ୟୁବରଣ ଘଟିଅଛି । ସାଲିସବିହୀନ ଶିକ୍ଷକତା ଜୀବନ, ଅନୁଶାସନ ,ଶୃଙ୍ଖଳା ଏବଂ ସଂସ୍କାରକୁ ସେ ସଦାସର୍ବଦା ପ୍ରାଧାନ୍ୟ ଦେଉଥିଲେ । ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷାଦାନ କରି ସମଗ୍ର ଅଞ୍ଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବରେ ବେଶ ଜଣାଶୁଣା ଥିଲେ । ତାଙ୍କ ଠାରୁ ଶିକ୍ଷାଗ୍ରହଣ କରି ଶହ ଶହ ଛାତ୍ର ଆଜି ବହୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି । ବହୁଚର୍ଚିତ ଦୁର୍ବାର ଶିକ୍ଷକ ଆନ୍ଦୋଳନର ଯୋଗ ଦେଇ ସେ ବହୁବାର କାରାବରଣ ମଧ୍ୟ ହୋଇଛନ୍ତି । ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଶବ ସତ୍କାର କରି ସମଗ୍ର ଅଞ୍ଚଳରେ ଜଣେ ସମାଜସେବୀ ରୂପେ ସେ ବେଶ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁରେ ସମଗ୍ର ଅଞ୍ଚଳରେ ତଥା ଶିକ୍ଷକ ମହଲରେ ଏକ ଶୋକର ଛାୟା ଖେଳିଯାଇଅଛି ।
ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

- Categories: Uncategorized, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍
Related Content
ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା
by
Proprietor Abhimanyu Maharana
September 29, 2026
ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ
by
Proprietor Abhimanyu Maharana
September 28, 2026
କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା
by
Proprietor Abhimanyu Maharana
September 28, 2026
ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ
by
Proprietor Abhimanyu Maharana
September 28, 2026
ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ
by
Proprietor Abhimanyu Maharana
September 28, 2026
କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 28, 2026