ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମସ୍ଥିତ ସିଦ୍ଧାମହାବୀର କଳାକାର ସଂଘ ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାସ୍ମିତ ପୁରୁଷୋତ୍ତମ ଦାସଙ୍କୁ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରେ ସମ୍ବର୍ଦ୍ଧନା କରାଯାଇଅଛି l

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସିଦ୍ଧମହାବୀର କଳାକାର ସଂଘର ସମ୍ପାଦକ , ଶିଶୁ କବି, ସାମ୍ବାଦିକ ତଥା ନୟାଗଡ଼ ଜିଲ୍ଲା କଳା ସଂସ୍କୃତି ସଂଘ ଉପଦେଷ୍ଠl ଜୟକୃଷ୍ଣ ବାରିକ ସୌଜନ୍ୟକ ଭାବେ ସାକ୍ଷାତ କରି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାସ୍ମିତ ପୁରୁଷୋତ୍ତମ ଦାସଙ୍କୁ ଉତ୍ତରୀୟ, ଶ୍ରୀ ହନୁମାନ ଯନ୍ତ୍ର ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ l

Exit mobile version