ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୮ ବର୍ଷ ଧରି ନରନାରାୟଣ ପ୍ରସାଦ ସେବା

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୀର୍ଘ ୧୮ ବର୍ଷ ଧରି ନରନାରାୟଣ ପ୍ରସାଦ ସେବା ଶରଧାବାଲି ଦାଦା ମଠ ଲେନ ଠାରେ ଚାଲିଆସୁଛି | ସୋମବାର ପବିତ୍ର ପହିଲି କାର୍ତ୍ତିକ ପୁଣ୍ୟ ତିଥିରେ ଶରଧାବାଲି ସମୀପ ଦାଦା ମଠ ଲେନ,ଠାରେ ଟ୍ରଷ୍ଟ ପକ୍ଷରୁ ଦୁଃଖୀ, ଗରିବ ଓ ଭୋକିଲା ମଣିଷମାନଙ୍କୁ ପ୍ରସାଦ ଭୋଜନ ଦିଆଯାଇଛି | ୨୦୦୮ ମସିହା ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୮ ବର୍ଷ ଧରି ଏହି ନିରବଛିନ୍ନ ସେବା ଯୋଗାଇ ଦିଆଯାଉଛି | ମା ଅନ୍ନପୂର୍ଣ୍ଣା ଓ ମହାପ୍ରଭୁ ଜଗନ୍ନାଥ ଙ୍କ ଅପାର କରୁଣା ଓ ବଦାନ୍ୟ ବ୍ୟକ୍ତି ବିଶେଷମାନଙ୍କର ଅକୁଣ୍ଠିତ ତଥା ସହୃଦୟତା ସହଯୋଗ ରୁ ଏହି କାର୍ଯ୍ୟ ଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସୁଛି ।


ଟ୍ରଷ୍ଟ ସେମାନଙ୍କୁ ଆନ୍ତରିକ ଶ୍ରଦ୍ଧା, ଶୁଭେଚ୍ଛା ଓ ସମ୍ମାନ ସହିତ କୃତଜ୍ଞତା ଜ୍ଞାପନ କରୁଛି । ଆଜି ର ନାରାୟଣ ସେବାରେ ଓଡ଼ିଶା ସଚିବାଳୟ ର ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦୁର୍ଯ୍ୟୋଧନ ନାୟକଙ୍କ ପିତାଙ୍କ ପାଇଁ ଓ ପୁରୀ ର ଅବସରପ୍ରାପ୍ତ କୃଷି ବିଭାଗ ର ଅଧିକାରୀ ବ୍ରଜବନ୍ଧୁ ମହାରଣା ଙ୍କ ପିତା ସ୍ୱର୍ଗତ ହାଡ଼ୁ ମହାରଣା ଙ୍କ କାର୍ତ୍ତିକ ମାସ ପ୍ରତିପଦା ତିଥିରେ ନାରାୟଣ ସେବା କରାଇ ଥିବାରୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି |ଟ୍ରଷ୍ଟ ର ଅଧକ୍ଷ ପ୍ରମୋଦ କୁମାର ଆଚାର୍ଯ୍ୟ ଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନା କରାଯାଉଛି |

Exit mobile version