ବରପୂତ୍ର ମହାପାତ୍ର ନୀଳମଣି ସାହୁଙ୍କର ଜନ୍ମ ଶତବାର୍ଷିକ ଉତ୍ସବ ଲାଗି ପ୍ରସ୍ତୁତି ବୈଠକ

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ଓଡିଶାର ବିଶିଷ୍ଟ ସାହିତ୍ୟିକ, କବି, ଲେଖକ ତଥା ନିଆଳୀର ବରପୁତ୍ର ୰ ମହାପାତ୍ର ନୀଳମଣି ସାହୁଙ୍କର ଜନ୍ମ ଶତବାର୍ଷିକୀ ପାଳନ ଉତ୍ସଵ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ନିଆଳିର ଚିତ୍ତରଞ୍ଜନ ସେବା ସଦନ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡିସେମ୍ବର ୨୨ ତାରିଖ ଦିନ ଜୟନ୍ତୀ ପାଳନ ହେବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି। ନିଜ ଜନ୍ମସ୍ଥାନ ନିଆଳୀରେ ଦିନବେଳା ଏବଂ ସନ୍ଧ୍ୟାରେ ଭୁବନେଶ୍ଵର ଜୟଦେବ ଭବନରେ ଉତ୍ସବ ପାଳିତ ହେବ ।

ଶତବାର୍ଷିକୀ କମିଟିର ସଭାପତି ଡାଃ ରାମ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ଡଃ ତ୍ରିନାଥ ପଟ୍ଟନାୟକ,ଡଃ ଅଧିରାଜ କୁମାର ପରିଡା,ଡଃ ଚିତ୍ତରଞ୍ଜନ ମିଶ୍ର, ଅଧ୍ୟାପକ ଶରତ ଚନ୍ଦ୍ର ବାରିକ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ନାରାୟଣ ବେହେରା, ହଂସ ନାଥ ସାହୁ, ନ୍ୟାୟବ୍ରତ ରାଉତ, କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ, ପ୍ର, ପ୍ରଫୁଲ କୁମାରୀ ମହାପାତ୍ର, ପ୍ର, ଅନୁରାଧା ମହାପାତ୍ର, ଅଶୋକ କୁମାର ରାୟ, ଅବଦୁଲ୍ ବାରି,ସନାତନ ଆଚାର୍ଯ୍ୟ, ମହାପାତ୍ର ଧରଣୀଧର ପଣ୍ଡା, ବଟକୃଷ୍ଣ ସ୍ବାଇଁ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । 

Exit mobile version