ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ବିଶ୍ଵ ଓଡ଼ିଆ ପରିବାରର ମାସିକ ବନ୍ଧୁ ମିଳନ ପର୍ବ ଆବାସୀ ବୈଠକ ( Virtual Meet ) ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଇତ୍ୟବସରରେ ପ୍ରାୟୋଜିତ ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତରେ ମାସିକ ” ଇ ପତ୍ରିକା ” ପ୍ରଜ୍ଞାନ ” ର ଅକ୍ଟୋବର ମାସ ଦୁର୍ଗା ପୂଜା ସଂଖ୍ୟାକୁ ଶିଳ୍ପୋଦ୍ୟୋଗୀ ତଥା ସମାଜସେବୀ ତପନ କୁମାର ସ୍ଵାଇଁ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପଣ କରିଥିଲେ । ଇ ପତ୍ରିକାର ସମ୍ପାଦକ ଆଶୁ କବି ହେମନ୍ତ ଜେନାଙ୍କ ସମ୍ପାଦନା ଓ ସଂଯୋଜିକା ସ୍ୱାଗତିକା ଧଳଙ୍କ ଅଳଙ୍କରଣ ଏବଂ କବି ସୁପ୍ରିୟା ସାହୁଙ୍କ ସଂଯୋଜନାରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା ।
