କାର୍ତ୍ତିକ ବ୍ରତରେ ଚଳଚଞ୍ଚଳ ମଠ ଓ ମନ୍ଦିର, ଉଠିଲା ଆକାଶ ଦ୍ୱୀପ

ଗୋପ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସୋମବାରଠୁ ଆରମ୍ଭ ହେଲା କାର୍ତିକ ବ୍ରତ ପବିତ୍ର କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପୁଣ୍ୟ ମାସ ଭାବେ ବିବେଚନା କରାଯାଏ । ଏହି ମାସରେ ହବିଷ ବ୍ରତ ପାଳନ କରିବା ସହ ଭଗବାନଙ୍କ ନିକଟରେ ଦୀପଦାନ କରିବାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ ।

କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଚନ୍ଦ୍ରଭାଗା ଛୋଟା ବାବା ମଠରେ ହବିଷ୍ୟାଳିଙ୍କ ଭିଡ଼ ଜମିଥିବା ବେଳେ ଭକ୍ତିମୟ ହୋଇଉଠିଛି ସମଗ୍ର ପରିବେଶ । ମାସ ଯାକ ହବିଷ ରେ ରହି ପରିବାର ର ଶୁଭ ମନାସି କାର୍ତିକ ବ୍ରତ ପାଳିବା ଲାଗି ଚନ୍ଦ୍ରଭାଗାରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି ।

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ କାର୍ତିକ ମାସସାରା ସକାଳ ଓ ସନ୍ଧ୍ୟାରେ ସ୍ନାନ କରି ହବିଷ୍ୟାଳି ସୂର୍ଯ୍ୟପୂଜା କରିବାର ପରମ୍ପରା କେଉଁ ଆବାହମାନ କାଳରୁ ରହିଆସିଛି । ହବିଷ୍ୟାଳି ମାନେ ପୂଜାର୍ଚନା କରି ପୂଣ୍ୟ ଅର୍ଜନ କରିବାର ମାନସିକତା ନେଇ ମାସ ସାରା ପରିବାର ଠାରୁ ଦୂରରେ ରହି କାର୍ତିକ ବ୍ରତ କରିବାକୁ ଆସିଥାନ୍ତି ।

Exit mobile version