ଯୁବ ଶିକ୍ଷାବିତ୍ ଙ୍କ ଜାତୀୟ ସ୍ତରରେ ସମ୍ମାନ

ଆର, ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଉପଲାସିଂ ଶ୍ରୀ ସାଇ ରାମକୃଷ୍ଣ ଡିଗ୍ରୀ କଲେଜ ଅଧ୍ୟକ୍ଷ ତଥା ସମ୍ପାଦକ ଶିବ ଶଙ୍କର ଦଳାଇ ଜାତୀୟ ସ୍ତରରେ ଏକ ବିରଳ ଗୌରବ ଅର୍ଜନ କରିଛନ୍ତି । ଏହି ଅବସରରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ପ୍ରତିଷ୍ଟିତ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସମ୍ମାନରେ ବିଭୂଷିତ କରାଯାଇଛି । ପ୍ରକାଶିତ ତଥ୍ୟ ଅନୁଯାୟୀ ଗଜପତି ଜିଲ୍ଲା ରାମଗିରି ଅଞ୍ଚଳର ଯୁବ ବୟସରେ ୨୦୨୪ ରେ ଶ୍ରୀ ସାଇ ରାମକୃଷ୍ଣ ଡିଗ୍ରୀ କଲେଜ ଶିକ୍ଷାବିତ୍ ଭାବେ ଚାକିରି କାର୍ଯ୍ୟକାଳ ଆରମ୍ଭ କରିଥିଲେ ।

ଏହିଭଳି ପ୍ରଶାସନିକ ଶିକ୍ଷାବିତ୍ ଦାୟିତ୍ୱ ସଫଲତାର ସହ ଶିକ୍ଷାକ୍ଷେତ୍ରରେ ଅବଦାନକୁ ଦୃଷ୍ଟିରେ ରଖି ସମ୍ପାଦନା ମଣ୍ଡଳୀ ପକ୍ଷରୁ ସତନ୍ତ୍ର ଯାଞ୍ଚ ପରେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ୨୦୨୩ ରେ ତାଙ୍କର ନୀରବଛିନ୍ନ ସାମାଜିକ ଓ ଶିକ୍ଷାଗତ ସେବା ସକାଶେ ୱର୍ଲ୍ଡ ଚାରିଟି ୱେଲଫେଆର ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ଠାରେ ଇଣ୍ଟର ନ୍ୟାସନାଲ ସୋସିଆଲ ହୋନୋର୍ବଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଜାତୀୟ ଓ ଆନ୍ତଜାତୀୟ ସ୍ତରରେ ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳ ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ସହ ଅଭିନନ୍ଦନ ଦେଖିବାକୁ ମିଳିଛି ।

Exit mobile version