କଟକ ସଦର ଅଞ୍ଚଳରେ ଭଷାଣୀ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ସହରରେ ଗତକାଲି ଠାରୁ ଭଷାଣୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଥିବା ବେଳେ ଆଜି କଟକ ସଦର ଅଞ୍ଚଳରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଭଷାଣୀ ଉତ୍ସବରେ ସାମିଲ ହୋଇଥିବା କଟକ ସଦର ଅଞ୍ଚଳର ସମସ୍ତ ପୁଜା ମଣ୍ଡପର କର୍ମକର୍ତ୍ତ।ଙ୍କୁ ଏକ ଏକତା ରଜୁରେ ବାନ୍ଧିବାକୁ ପ୍ରୟାସ କରି କଟକ ସଦର ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଧାମାଧବ ସେବା ସମିତି ଓ ଆମ୍ବେଦକର ସ୍ମୃତି ପରିଷଦର ମିଳିତ ଆନୁକୁଲ୍ୟରେ ଗୋପାଳପୁର ଠାରେ ଏକ ସମ୍ବର୍ଦ୍ଧନା ମଞ୍ଚର ଆୟୋଜନ କରାଯାଇଥିଲା ।

ବିଶିଷ୍ଟ ସମାଜସେବୀ ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି ଶ୍ରୀ ସୁକାନ୍ତ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ସଦର ଅଞ୍ଚଳର ଭଷାଣୀ ଉତ୍ସବରେ ସାମିଲ ହୋଇଥିବା ସମସ୍ତ ପୁଜା ମଣ୍ଡପର କର୍ମକର୍ତ୍ତା ଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ବହୁ ଗଣମାଧ୍ୟମ ସାମ୍ବାଦିକ ଓ ବୁଦ୍ଧିଜୀବିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଲାଗି ଏହି ଦୁଇ ଅନୁଷ୍ଠାନକୁ ସଦର ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Exit mobile version