ଅର୍ଥ ସଚ୍ଚିବଙ୍କ ଅଚାନକ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ସ୍ଥିତ ମେଗା ପାନୀୟ ଜଳ ପ୍ରକଳ୍ପ କୁ ଆଜି ପୂର୍ବାହ୍ନ ରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଶାସନ ସଚିବ ସଂଜୀବ ମିଶ୍ର ଅଚାନକ ପରିଦର୍ଶନ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ସ୍ୱତନ୍ତ୍ର ଭାବରେ ଶାସନ ସଚିବମାନେ ନେବାପରେ ଏହା ତାଙ୍କର ପ୍ରଥମ ଗ୍ରସ୍ତ ଥିଲା । ସଚିବଙ୍କ ସହିତ ଦୁଇ ଏ ଡି ଏମ,ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ବିଡ଼ିଓ ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପାନୀୟ ଜଳର ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ବିଭିନ୍ନ ଜଳ ସମସ୍ୟା ଥିବା ଅଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ଶହେ କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ହୋଇ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପରିଚାଳନା ଗତ ତ୍ରୁଟି ପାଇଁ ବର୍ଷବର୍ଷ ଧରି କାମ ହେଉଥିଲେ ମଧ୍ୟ ସରିବାର ନାଁ ଧରୁନାହିଁ ।

ଗ୍ରୀଷ୍ମ ଦିନରେ ପାନୀୟ ଜଳ ଅଭାବରେ ଏହି ଅଞ୍ଚଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଗତ ଦୁଇବର୍ଷ ତଳୁ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଅଦ୍ୟାପି ପ୍ରାୟ ସତୁରି ଭାଗ ସରିଥିବା ମନେ ହେଉନାହିଁ । ସଚିବଙ୍କ ପରିଦର୍ଶନ ପରେ ହୁଏତ ଅପେକ୍ଷାର ଅନ୍ତ ଘଟିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକଟ କରିଛନ୍ତି ।

Exit mobile version