ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ଭେଟିଲେ ଜସ୍ମିନ୍ ଶେଖଙ୍କ ସମେତ ଗଜପତି ଜିଲ୍ଲା କଂଗ୍ରେସ ନେତୃବୃନ୍ଦ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଜସ୍ମିନ୍ ଶେଖଙ୍କ ସମେତ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ତଥା ଗୋଷାଣୀ ବ୍ଲକ କଂଗ୍ରେସ ସଭାପତି ଏ. ଶ୍ରୀନିବାସ ରାଓ, ଏସ୍. ପାପା ରାଓ ଏବଂ କେ. ବାଲକୃଷ୍ଣ ପ୍ରମୁଖ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ମାନ୍ୟବର ଭକ୍ତଚରଣ ଦାସଙ୍କୁ ସାକ୍ଷାତ କରିବା ସହ ଅଖିଳ ଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ନେତୃବୃନ୍ଦ ଜେ.ଟି. କୁସୁମ କୁମାର ଏବଂ

ଓଡ଼ିଶା କଂଗ୍ରେସର ପ୍ରଭାରୀ ଲାଲଜୀ ଦେଶାଇଙ୍କ ସହ ମଧ୍ୟ ସାକ୍ଷାତ କରି ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା, ଦଳୀୟ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ସ୍ୱାର୍ଥ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ । ଏଥି ସହ ଜିଲ୍ଲାରେ ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି, ସାଂଗଠନିକ କାର୍ଯ୍ୟକଳାପକୁ ଗତିଶୀଳ କରିବା ଏବଂ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କଂଗ୍ରେସର ଭୂମିକାକୁ ଆହୁରି ସକ୍ରିୟ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ।

Exit mobile version