ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ସ୍ମୃତି ସଭା

ବାଣପୁର  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗାୟଜରତ୍ନ ସ୍ବର୍ଗତ ଲୋକନାଥ କରଙ୍କ ର ଶେଷତମ ପାଳିଆଶତାୟୁ ପୁରୁଷ ସ୍ବର୍ଗତ ଚକ୍ରଧର ମୁଦୁଲିଙ୍କ ର ବିୟୋଗ ଜନିତ ଦ୍ୱାଦଶାହ ସ୍ମୃତି ସଭା ତାଙ୍କର କହ୍ନେଇପୁର ସ୍ଥିତ ବାସ ଭବନ ସମ୍ମୁଖରେ ନାଚୁଣୀର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତିକା ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ଜାଗୃତିକା ର ବରିଷ୍ଠ ଉପଦେଷ୍ଠା ଗାୟକଦକ୍ଷିଣ କେଶରୀ ରାମଚନ୍ଦ୍ର କରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସ୍ମୃତି ଚରଣ ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗୃତିକା ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ ସଭ୍ୟ ଆଶିଷ କୁମାର ପତି, ଦୁର୍ୟୋଧନ ପ୍ରଧାନ,

ଶିବପ୍ରସାଦ ତ୍ରିପାଠୀ,ଭବାନୀ ଶଙ୍କର ମହାପାତ୍ର, ସଂଗୀତଜ୍ଞ ଅଜିତ ମିଶ୍ର, ପ୍ରାକ୍ତନ ମଣ୍ଡଳ ଉନ୍ନୟନ ଅଧିକାରୀ କାଳୁ ଚରଣ ସାମନ୍ତରାୟ,ଅଇଁଠା ମୁଦୁଲି, ଜାଗୃତିକାର ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଚକ୍ରଧର ମୁଦୁଲି ଙ୍କ ଆଧ୍ୟାତ୍ମିକ, ପାରିବାରିକ, ସାମାଜିକ ଏବଂ ସାଂସ୍କୃତିକ ଜୀବନ ଉପରେ ଆଲୋକ ପାତ କରି ତାଙ୍କର କର୍ମମୟ ଜୀବନର ଭୁୟସୀ ପ୍ରଶଂସା କରିଥିଲେ ।

ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସ୍ବର୍ଗତ ମୁଦୁଲିଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ରାମଚନ୍ଦ୍ର ହରିଚନ୍ଦନ ପବିତ୍ର ଭାଗବତ ଗୀତା ର କର୍ମଯୋଗ ଆବୃତ୍ତି କରିଥିଲେ।ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରିବାର ବର୍ଗ ପକ୍ଷରୁ ସାମଗ୍ରିକ ଭାବେ କାର୍ଯ୍ୟକ୍ରମ ର ସୁ ଆୟୋଜନ କରାଯାଇଥିଲା l

Exit mobile version