ଜୁଆ ଆଡ୍ଡାରେ ଚଢ଼ାଉ ୭ ଗିରଫ ୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ଜବତ


ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପୁରୀ ସଦର ଥାନା ଏଏସଆଇ ଏସ.ଡି.ରେଡ୍ଡୀ ନିର୍ଭରଯୋଗ୍ୟ ସୁତ୍ରରୁ ଖବରପାଇ ପୋଲିସ ଦଳ ସହ ଖଣ୍ଡିଆବନ୍ଧ ର ଏକ ନିର୍ମାଣ ଦିନ ଘର ଭିତରୁ ଚାଲିଥିବା ଜୁଆ ଖେଳ ଉପରେ ଚଢାଉ କରି ୭ ଜଣଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ସଦର ଥାନା କେସ ନମ୍ବର ୫୯୮/୨୬ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଘଟଣା ସ୍ଥଳରୁ ୧୦ ପକେଟ ତାସ,୧ କଳା ରଙ୍ଗର ଦରି ଓ ନାଲି ରଙ୍ଗର ଦରି, ୧ କଳା ରଙ୍ଗର ହୋଣ୍ଡା ସାଇନ ମଟରସାଇକେଲ ଜାହାର ରେଜିଷ୍ଟ୍ରେସନ ନମ୍ବର ଓଡି-୦୨ ଏଏସ-୩୭୭୦,

୧ କଳା ରଙ୍ଗର ଆକ୍ଟିଭା ସ୍କୁଟି ଓଡି-୩୩ଜି ୭୯୪୬,୬ଟି ମୋବାଇଲ ଫୋନ ,୧ ଲକ୍ଷ ୬୧ ହଜାର ୬୧୫ ନଗଦ ଟଙ୍କା ପୋଲିସ ଘଟଣା ସ୍ଥଳରୁ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପୁରୀ ଟାଉନଥାନା ଅନ୍ତର୍ଗତ ପଥୁରିଆ ସାହିର ବିଷ୍ଣୁ ପ୍ରସାଦ ନନ୍ଦ ଓରଫ ଟୁନିଆ ୪୮ ବର୍ଷ, କୁମ୍ଭାରପଡା ଥାନା କୁଣ୍ଢାଇବେଣ୍ଟ ସାହିର ରତିକାନ୍ତ ରଥ ଓରଫ ରତି ୫୧ ବର୍ଷ, ବାସେଳୀ ସାହି ଥାନା ମାର୍କଣ୍ଡେଶ୍ଵର ସାହିର ସୁଶାନ୍ତ କୁମାର ରାୟ ଓରଫ ବାଦଲ ୫୨ ବର୍ଷ, ମାନସ କୁମାର ସାହୁ ଓରଫ ବିମଳ ୪୩ ବର୍ଷ, ମଙ୍ଗଳାଘାଟର ଲୋକନାଥ ପଲେଇ ଓରଫ ଲୋକନି ୪୮ ବର୍ଷ,

ବିକାଶ କୁମାର ସାହୁ ଓରଫ ପପୁ ୪୧ ବର୍ଷ, ବିପିନ କୁମାର ଶତପଥୀ ଓରଫ ବାପି ୪୮ ବର୍ଷ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଦଶହରା ଓ କୁମାରପୂର୍ଣ୍ଣିମା ସମୟରେ ପୁରୀ ସଦରଥାନା ଓ ଚନ୍ଦନପୁର ଥାନା ଅଞ୍ଚଳରେ ଜୁଆଖେଳ ପ୍ରବଳ ମାତ୍ରାରେ ଚାଲୁଥିବା ଅଭିଯୋଗ ହୋଇଥିଲା । ଗତ ତିନିଦିନ ତଳେ ଚନ୍ଦନପୁର ଥାନା ନୂଆ ବାଲିଆ ଗ୍ରାମରେ ଜୁଆ ଖେଳ ଉପରେ ପୋଲିସ ଚଢାଉ ସମୟରେ ଜୁଆ ଖେଳାଳି ପୋଲିସ ଉପରେ ଆକ୍ରମଣ କରିବାରୁ ଜଣେ ପୋଲିସ ଆହତ ହୋଇଥିଲେ । ପୋଲିସ ଚଢାଉ ଯୋଗୁ ସେହି ଗ୍ରାମ ଏବେ ପୁରୁଷ ଶୂନ୍ଯ ହୋଇପଡିଛି । ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଥାନା ଅଞ୍ଚଳରେ ଜୁଆ ଖେଳ, ନିଶା କାରବାର ଓ ଅସାମାଜିକ ଯୁବକ ମାନଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି ।

Exit mobile version