ଜାତିସଙ୍ଘ ନୀତି ଅଧିକାରୀ ବୈଶାଳୀଙ୍କ ଦମ ଦାର ନୃତ୍ୟ ପ୍ରଦର୍ଶନ

ବାଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବିଦେଶରେ ବଡ ପଦବୀରେ ରହି ମଧ୍ୟ ନିଜ ଜନ୍ମମାଟି କୁ ଭୁଲି ପାରିନାହାନ୍ତି ମିଳିତ ଜାତିସଙ୍ଘ ରେ ନୀତି ଅଧିକାରିଣୀ ଭାବେ ୱାସିଂଟନ ରେ ଅବସ୍ଥାପିତା ଓଡ଼ିଆ ଝିଅ ବୈଶାଳୀ ମହାନ୍ତି । ପ୍ରଖ୍ୟାତ ଓଡିଶୀ ଗୁରୁ ଗଙ୍ଗାଧର ଙ୍କ ଶିଷ୍ୟା ନୃତ୍ୟ ପଟ୍ଟୀୟସୀ ବୈଶାଳୀ ନିଜ ପ୍ରତିଭା ଓ ଅଧ୍ୟବସାୟ ବଳରେ ଅନ୍ତର୍ଜାତୀୟ ପଦାଧିକାରୀ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଛାଡି ପାରିନାହାନ୍ତି ତାଙ୍କର କଳାତ୍ମକ ରୁଚିକୁ ।

ନିକଟରେ ନିଜ ଜନ୍ମମାଟି ବାଣପୁର ସ୍ଥିତ ଆୟତପୁର ଗ୍ରାମକୁ ମା ଅନ୍ତର୍ଜାତୀୟ ମହିଳା ନେତ୍ରୀ ତଥା ଯଶୋଧାରା ସାହିତ୍ୟ ପତ୍ରିକା ର ସମ୍ପାଦିକା ମାନସୀ ପ୍ରଧାନ ଓ ପିତା କାର୍ଯ୍ୟନିବୃତ୍ତ ଯନ୍ତ୍ରୀ ରାଧା ବିନୋଦ ମହାନ୍ତି ଙ୍କ ସହ ଆୟତପୁର ଗ୍ରାମକୁ ଶାରଦୀୟ ପୂଜା ଅବସରରେ ଆସିଥିବା ବେଳେ ଗ୍ରାମର ଆରାଧ୍ୟା ଦେବୀ ମା ଶୂଳିଆ ଦେବୀଙ୍କ ପୀଠରେ ଆୟୋଳିତ ସାଂସ୍କୃତିକ ମଞ୍ଚରେ ଦମଦାର ଶାସ୍ତ୍ରୀୟ ଓଡିଶୀ ର ଅଭିନୟ ରେ ଏକକ ମହାକାଳୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିପାରିଥିଲେ।

ତାଙ୍କର ଏହି ଅନନ୍ୟ ପ୍ରତିଭା ପାଇଁ ଗ୍ରାମର ସାଂସ୍କୃତିକ କମିଟି ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସୁଶ୍ରୀ ବୈଶାଳୀ ଓଡିଶୀ ନୃତ୍ୟ ର ପ୍ରଚାର ଓ ପ୍ରସାର ପାଇଁ ପାଶ୍ଚାତ୍ୟ ଦେଶ ମାନଙ୍କରେ ମଧ୍ୟ ନିରବଛିନ୍ନ ପ୍ରୟାସ ଜାରି ରଖିଛନ୍ତି।

 

Exit mobile version