ଭୀମପୁର ଓ ଗାଲୁଆ ପଞ୍ଚାୟତର ଯୁବକଙ୍କ ବୈଠକ : ଗ୍ରାମ ଉନ୍ନତି ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା

ଭୀମପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଭୀମପୁର ଓ ଗାଲୁଆ ଗ୍ରାମପଞ୍ଚାୟତର ଯୁବକ ମାନଙ୍କୁ ନେଇ ଆଗାମୀ ଦିନରେ ଗ୍ରାମର ଉନ୍ନତିକରଣ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଗାଲୁଆ ପଞ୍ଚାୟତର ଯୁବ ନେତା ତଥା ଭଗବତୀ ମଣ୍ଡଳ ସଂପାଦକ ‘ସତ୍ୟନାରାୟଣ ତ୍ରିପାଠୀ (ବୁନୁ)’

ଯୋଗଦେଇ ଆଗାମୀ ସଂଗଠନକୁ କିପରି ଆହୁରି ଉନ୍ନତ କରାଯିବ ସେ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଯୁବ ଗୋଷ୍ଠୀ ସର୍ବସମ୍ମତିକ୍ରମେ ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ପ୍ରତ୍ୟେକ ସରକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ଉଭୟ ପଞ୍ଚାୟତର ବହୁ ଯୁବକ ଉପସ୍ଥିତ ଥିଲେ ।

Exit mobile version