ଭସାଣୀରେ କଟକ ସହରର ୧୩୯ ଟି ମା,ଦୂର୍ଗାଙ୍କ ପ୍ରତିମୂର୍ତ୍ତି ବିସର୍ଜନ

କଟକ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- କଟକ ସହରର ମା,ଦୂର୍ଗାଙ୍କ ଭସାଣୀ ଉତ୍ସବରେ ୧୩୯ ଟି ପ୍ରତିମୂର୍ତ୍ତି ବିସର୍ଜନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏହି ମୂର୍ତ୍ତି ଗୁଡିକୁ ପୂଜା କମିଟି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ମହାନଦୀର ଦେବୀ ଗଡା ଏଵଂ ଖୋଳା ଯାଇଥିବା ଜଳାଶୟ ତଥା ପୋଖରୀରେ ବିସର୍ଜନ କରାଯାଇଛି । ୧୬ ଦିନ ହେବ ପୂଜା ପାଉଥିବା କଟକର ସହରର ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଗୁଡିକୁ ମେଲାଣି ଦିଆଯାଇଛି । ଏହି ଭସାଣୀ ଉତ୍ସବରେ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭୦ ପ୍ଲାଟୁନ୍ ଫୋର୍ସ ମୃତୟନ କରାଯାଇଛି ।

ଏହାର ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ବିଭିନ୍ନ ଥାନାରୁ ୬ ଟି ଜୋନରେ ଭାଗ କରାଯାଇ ୬ ଜଣ ଏଡିସିପିଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ସବୁ ପୂଜା ମଣ୍ଡପ ଓ ଭସାଣୀ ଉତ୍ସବରେ ତଦାରଖ ପାଇଁ ଡିସିପି ଖିଲାରୀ ଋଷିକେଶ ଦ୍ୟାନ ଦେଓ ଦାୟିତ୍ୱ ତୁଲାଉଛନ୍ତି । ବକ୍ସିବଜାର ଛକରୁ ଚୌଧୁରୀ ବଜାର ପର୍ୟ୍ୟନ୍ତ ସ୍ପେସିଆଲ ଫୋର୍ସ ମୃତୟନ କରାଯାଇଥିଲା । ଏହି ସୁରକ୍ଷା ବ୍ୟବସ୍ଥରେ ଥିବା ପୋଲିସ କମିଶନର ଏସ ଦେବଦତ୍ତ ସିଂ ,

ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଏଵଂ ଡିସିପି ଦ୍ୟାନ୍ ଦେଓ ଭସାଣିର ଆଇନ ଶୃଂଖଳା ଦାୟିତ୍ୱରେ ରହିଛନ୍ତି, ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହୋଇନାହିଁ । ଶାନ୍ତି ଶୃଙ୍ଖଳାରେ ମା ଦୂର୍ଗାଙ୍କ ମେଢ଼ ଗୁଡିକକୁ ନିଆଯାଇ ବିଭିନ୍ନ ସ୍ଥାନରେ ବିସର୍ଜନ କରାଯାଇଛି। କମିସନରେଟ ପୋଲିସ ଏଥି ପାଇଁ ସହରରେ ସଜାଗ ରହିଛି । ଆଉ ଯେଉଁ ମେଢ଼ ଗୁଡିକ ରହିଛି ଏହା ମଧ୍ଯ ଶାନ୍ତିଶୃଙ୍ଖଳା ବିସର୍ଜନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version