୧୫ ଦିନରୁ ଅଧିକ ସମୟ ଧରି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରର ଏକ କମ୍ପାନୀର ଆକାଉଣ୍ଟକୁ ବେଆଇନ ଭାବେ ଫ୍ରିଜ
ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ହାଇକୋର୍ଟ ଏବଂ ଜିଏସଟି କର୍ତ୍ତୃପକ୍ଷଙ୍କ ସ୍ପଷ୍ଟ ଅନୁମତି ମିଳିବା ସତ୍ବେ ମଧ୍ୟ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଏକ ବ୍ୟବସାୟିକ ଆକାଉଣ୍ଟକୁ ୧୫ ଦିନରୁ ଅଧିକ ସମୟ ଧରି ଫ୍ରିଜ୍ କରି ରଖିବାରୁ, ଭୁବନେଶ୍ୱରର ଏକ କମ୍ପାନୀର କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଏହି ସମସ୍ୟା କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିଲା, ଯେତେବେଳେ ଜିଏସଟି କର୍ତ୍ତୃପକ୍ଷ ଅଫିସିଆଲ୍ ଅର୍ଡର ନମ୍ବର 2779 ଅନୁଯାୟୀ ଭୁବନେଶ୍ୱର-ଭିତ୍ତିକ ‘ଆଡଭେଣ୍ଟୋ କମ୍ୟୁନିକେସନ୍ସ’ର କାର୍ଯ୍ୟକ୍ଷମ ଆକାଉଣ୍ଟକୁ ଅସ୍ଥାୟୀ ଭାବରେ ଫ୍ରିଜ୍ କରିଥିଲେ । କମ୍ପାନୀ ଏହି ପଦକ୍ଷେପକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା, ଯାହାଫଳରେ କୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ ।
