ପୁରୀ (ଓଡିଶା ତାଜା ନ୍ୟୂଜ ) (ନି.ପ୍ର) ଭୁବନେଶ୍ୱର :- ପୁରୀର ଜିଲ୍ଲା କ୍ରୀଡ଼ା ପରିସର ଖୋ ଖୋ ଏକାଡେମୀରେ ଅନୁଷ୍ଠିତ ୫୬ତମ ଓଡ଼ିଶା ରାଜ୍ୟ ସିନିୟର ଖୋ ଖୋ ଚାମ୍ପିଅନସିପ୍ (ବାଳକ ଓ ବାଳିକା) ୨୦୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫରମାନ୍ସ ସେଣ୍ଟର (ଓଡ଼ିଶା ଏଏମ୍/ଏନ୍ଏସ୍ ଖୋ ଖୋ ଏଚପିସି)ର ଆଥଲେଟ୍ ମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଜିଲ୍ଲା ଓ ଅନୁଷ୍ଠାନ ଦଳଗୁଡ଼ିକର ପ୍ରତିନିଧିତ୍ୱ କରି ଖେଳାଳିମାନେ ଚାମ୍ପିୟନସିପ୍ ବିଜୟରେ ଉଲ୍ଲେଖନୀୟ ଅବଦାନ ରଖିବା ସହ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ସମ୍ମାନ ହାସଲ କରିଥିଲେ। ବରିଷ୍ଠ ବାଳକ ବର୍ଗରେ ପୁରୀ ଚାମ୍ପିୟନ ହୋଇଥିବାବେଳେ, ଓଡ଼ିଶା ଏଏମ୍/ଏନ୍ଏସ୍ ଖୋ ଖୋ ଏଚପିସିର ଖେଳାଳି ଶିବ ଗୁଣ୍ଟା, ଶୁଭମ ବିଶ୍ୱାଳ, ଆଦିତ୍ୟ ଦାସ ଓ ସୌମ୍ୟ ରଞ୍ଜନ ସ୍ୱାଇଁ ଦଳର ଟାଇଟଲ୍ ବିଜୟ ଅଭିଯାନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
