ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପ୍ରସାରଣ ଦିଗରେ ଏକ ପଦକ୍ଷେପ ସ୍ୱରୂପ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ରାୟଗଡ଼ାସ୍ଥିତ ଏଲ୍. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହ ମିଳିତଭାବେ ନିଜର କୋଡିଙ୍ଗ।ମାଳି (କେଡିଏମ୍) କାର୍ଯ୍ୟକ୍ଷେତ୍ର ଜରିଆରେ ଲକ୍ଷ୍ମୀପୁର ବ୍ଲକରେ ଦୁଇ ଦିନିଆ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଛି। ଲକ୍ଷ୍ମୀପୁର ସିଏଚସି ଏବଂ ଓଡ଼ିଆପେଣ୍ଠ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ଏହି ଶିବିରରେ ଆଖପାଖ ଗାଁର ପ୍ରାୟ ୨୦୦ ବାସିନ୍ଦାଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା, ଯାହା ରାୟଗଡ଼ାର ବିକାଶ ଦିଗରେ କମ୍ପାନୀର ପ୍ରୟାସରେ ଯୋଗଦାନ ଦେଇଥିଲା ।
