ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ

ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପୁରୀ ମହାନଗର ନିଗମ ଦତ୍ତାତୋଟା ଜଗନ୍ନାଥ ଲେନ୍‌ ନିବାସୀ ବିଶିଷ୍ଟ ସମାଜସେବୀ,ତଥା ପର୍ଯ୍ୟଟନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ସ୍ଵର୍ଗତ ପୂର୍ଣ ଚନ୍ଦ୍ର ମହାନ୍ତି ଙ୍କ ଧର୍ମପତ୍ନୀ ବିଦୁଲତା ମହାନ୍ତି ଙ୍କ ୮୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି | ସେ ଜଣେ ଅତ୍ୟନ୍ତ ସରଳ, ସ୍ନେହୀ, ମେଳାପି, ମିଷ୍ଟଭାଷୀ, ଧର୍ମପରାୟଣା ମହିଳା ଭାବରେ ସବୁ ମହଲରେ ସୁପରିଚିତା ଥିଲେ ।

ସହରର ବିଶିଷ୍ଟ ବ୍ୟକ୍ତି, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ ଓ ସାହିବାସିନ୍ଦାମାନେ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପଗୁଛୁ ଅର୍ପଣ କରିଥଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ, ପୁତୁରାମାନେ,ବୋହୂମାନେ, ଭଣଜା, ଝିଅ, ଜ୍ୱାଇଁ , ତଥା ନାତିନାତୁଣୀ ମାନଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାରେ ସ୍ଵର୍ଗଦ୍ଵାର ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ତାଙ୍କର ଏକମାତ୍ର ପୁତ୍ର ଶୁଭେନ୍ଦୁ କୁମାର ମହାନ୍ତି ମୁଖାଗ୍ନି ଦେଇଥିଲେ ।

Exit mobile version