କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ

କଟକ  (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବିଶ୍ବସ୍ତ ସୂତ୍ରରୁ ଖବର ପାଇ କେ.ନୂଆଗାଁ ପୋଲିସ୍ ଥାନା ପକ୍ଷରୁ ଗତକାଲି ରାତି ପ୍ରାୟ ସାଢେ ୧୧ ଟା ସମୟରେ ସୁଦକ୍ଷ ପୋଲିସ୍ ଅଧିକାରୀଙ୍କ ଏକ ଦଳ ସିଏଚ୍.ଟିକରପଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲେ । ପୋଲିସ୍ ଦଳକୁ ଦେଖି ଜୁଆ ଆଡ୍ଡା ର ମୂଖ୍ୟ ଓ ସହକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିନ୍ତୁ ପୋଲିସ୍ ନଛୋଡବନ୍ଧା ।

ଘଟଣା ସ୍ଥଳରୁ ସନ୍ଦିଗ୍ଧ ଭାବରେ ୯ ଜଣ ଜୁଆ ଖେଳାଳିଙ୍କୁ ଅଟକ ରଖିବା ସହ ଥାନାକୁ ଆଣି ପଚରାଉଚରା କରୁଛି । ଏହି ଚଢ଼ାଉରେ ଜୁଆ ଆଡ୍ଡାରୁ ନଗଦ ୧ଲକ୍ଷ ୫୫ ହଜାର ୬୦ ଟଙ୍କା ସହ ୬ ପ୍ୟାକେଟ୍ ତାସ୍,୬ ଟି ମୋବାଇଲ ଫୋନ୍,୧ ଟି ନାଲି ରଙ୍ଗର ଟର୍ଚ୍ଚ,ଓ ଗୋଟିଏ ନାଲି ରଙ୍ଗର ତାରପୋଲିନ୍ ଜବତ କରିବା ସହ ଭାରତୀୟ ନ୍ଯାୟ ସଂହିତା ଧାରା ୧୧୨(୨), ଉପଧାରା ୩ ଅନୁଯାୟୀ ମାମଲା ନଂ -୨୪୦ ରେ ଋଜ୍ଜୁ କରିଛି । ଅଧିକ ତଦନ୍ତ ଲାଗି ଅଟକ ବ୍ୟକ୍ତିଙ୍କୁ ପୋଲିସ୍ ଜେରା କରୁଛି ।

Exit mobile version