ନୂଆଦିଲ୍ଲୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଓଡ଼ିଆ ମାନେ ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ କରିଥିବା ଜଣାଯାଇଛି । ଦିଲ୍ଲୀର ସାହାପୁରଯାଠ ଠାରେ ମା ଦୁର୍ଗତି ନାଶିନୀଙ୍କ ପୂଜାର୍ଚ୍ଚନାର ରଜତ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏଠାରେ ଏକ ସୁସଜ୍ଜିତ ମେଢ଼ରେ ଶୋଭା ପାଉଥିବା ମା ସିଂହ ବାହିନୀଙ୍କର ମୃଣ୍ମୟୀ ମୂର୍ତ୍ତି ଏବଂ ପୁରୀ ଜଗନ୍ନାଥ ମନ୍ଦିର ଆକୃତିର ଆକର୍ଷକ ତୋରଣର ଦୃଶ୍ୟ ଅନନ୍ୟ ଓ ଅନୁପମ ଥିଲା। ପୂଜାରୀଙ୍କର ତତ୍ତ୍ୱାବଧାନରେ ପୁଜାପାଠ, ହୋମଯଜ୍ଞ ଏବଂ ଭୋଗରାଗ ଆଦି ମାଙ୍ଗଳିକ କାର୍ଯ୍ୟ ଯଥାବିଧି ଅନୁଷ୍ଟିତ ହୋଇଥିଲା ।
