ଶହୀଦ୍ ବାଜି ରାଉତଙ୍କ ପୂଣ୍ୟ ଜନ୍ମତିଥିରେ ଜିଲ୍ଲାପାଳଙ୍କ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ଆଜି ଜିଲ୍ଲାର ଗର୍ବ ଓ ଗୌରବ ଶହୀଦ୍ ବାଜି ରାଉତଙ୍କ ପୂଣ୍ୟ ଜନ୍ମତିଥିରେ ଭୁବନ ବ୍ଲକ ପବିତ୍ର ନୀଳକଣ୍ଠ ପୁର ଗ୍ରାମରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି । ନୀଳକଣ୍ଠ ପୁର ବାଜି ରାଉତ ସ୍ମୃତି ସଂସଦର ପ୍ରତିଷ୍ଠାତା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ଆଇଚ୍ କୋଭିଡ୍ ନିୟମ ଯୋଗୁଁ ବାର୍ତ୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି ।

ଏହି ଉତ୍ସବରେ ଭୁବନ ତ‌ହସିଲଦାର,ବି ଡି ଓ ଏବଂ ବାଜି ରାଉତ ସ୍ମୃତି ସଂସଦର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କୋଭିଡ୍ ନିୟମ ଅନୁପାଳନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି । ପରେ ଜିଲ୍ଲାପାଳ ସହରର ବାଜିଚୌକ ସ୍ଥିତ ଶହୀଦ୍ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି । ଏହି ଅବସରରେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଦେବାଶିଷ ମିଶ୍ର, ସଦର ତହସିଲଦାର ଶ୍ରୀ ଲକ୍ଷ୍ମୀଧର ରାଉତ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ( ରିପୋର୍ଟ୍/ ଅମର ରଞ୍ଜନ ଦାସ)

Exit mobile version