ବୁଦ୍ଧଦେବଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ

ନୟାଗଡ଼ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ନୟାଗଡ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ବୁଦ୍ଧ ମନ୍ଦିର ପରିସରରେ ଗୌତମ ବୁଦ୍ଧଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ଲୋକାର୍ପିତ ହୋଇଯାଇଛି | ବୌଦ୍ଧ ଧରମ୍ମାବାଲମ୍ବୀ ତଥା ଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ସାହୁଙ୍କ ଲିଖିତ ପୁସ୍ତକ ପ୍ରଜ୍ଞାଶ୍ରୀ ଉନ୍ମୋଚିତ ହୋଇ ଯାଇଛି | ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ସାହୁ,ଲଳିତ ମୋହନ ମିଶ୍ର, ସୁଦର୍ଶନ ପ୍ରଧାନ, ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ |

ବୌଦ୍ଧ ଧରମ୍ମାଵଲମ୍ବି ଅଜିତ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରଥଙ୍କ ସମେତ ଅନ୍ୟ ଅତିଥି ଗଣ ଗୌତମ ବୁଦ୍ଧଙ୍କ ଅମ୍ଲାନ ତଥା ଅମୃତ ଜୀବନୀର ପୁଙ୍ଖାନୁପୁଖ ଆଲୋଚନା କରିଥିଲେ | କାର୍ଯ୍ୟକ୍ରମକୁ ଶିକ୍ଷକ ଗୋଦାବରୀଶ ମିଶ୍ର ସଂଯୋଜନା କରିଥିବା ବେଳେ ଏହି ସମୃଦ୍ଧ କାର୍ଯକ୍ରମରେ ଲେଖିକା ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version