କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ବିଜୟାଦଶମୀ ପର୍ବ କଣ୍ଟାବାଞ୍ଜି ରୋଡ୍ ନମ୍ବର-୨ରେ ଉତ୍ସାହ ଓ ଉଲ୍ଲାସର ସହ ପାଳିତ ହୋଇଛି । ଏହି ଅବସରରେ ରୋଡ୍ ନମ୍ବର-୨ର ସମସ୍ତ ପରିବାର ଏକାଠି ହୋଇ ସାମୂହିକ ରାବଣ ଦହନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ଦହନ କରିଥିଲେ । ଏହା ସହିତ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ପାଇଁ ଜଳଖିଆର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
