ବିଦ୍ୟୁତ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ପାର୍ବଣ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ ଏବଂ ରକ୍ଷଣାବେକ୍ଷଣା ବିଳମ୍ବ ଯୋଗୁଁ ରଣପୁର ଅଞ୍ଚଳରେ ଅସନ୍ତୋଷ

ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ରଣପୁର ବିଦ୍ୟୁତ୍ ଉପଖଣ୍ଡ ଅଧିନସ୍ଥ ସମସ୍ତ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଏବଂ ରକ୍ଷଣାବେକ୍ଷଣା କାର୍ଯ୍ୟ ବିଳମ୍ବ କୁ ନେଇ ସମସ୍ତ ଉପଭୋକ୍ତା ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ବିଦ୍ୟୁତ୍ କାଟ ର କାରଣ ଜଣେଇବାକୁ ଏବଂ ରକ୍ଷଣାବେକ୍ଷଣା କରିବାକୁ ଏଠାରେ କାର୍ଯ୍ୟ କରୁଥିବା ଲାଇନ ମ୍ୟାନ ମାନେ ଗତ ଏକ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଥିବାର ସୂଚନା ମିଳିଛି । ବର୍ତ୍ତମାନ ବିଭିନ୍ନ ଗାଁ ରେ ବହୁତ୍ ଉପଭୋକ୍ତା ଅଭିଯୋଗ ଦାଖଲ କରିବା ସତ୍ୱେ ମଧ୍ୟ ଦୀର୍ଘ ଦିନ ଧରି ଅନ୍ଧାରରେ ରହିଆସୁଛନ୍ତି ।

ସାଧାରଣ ଭାବେ କହିବାକୁ ଗଲେ ଯଦି ଗୋଟେ ଗାଁ ରେ ଫ୍ୟୁଜ କଟୁଚି ଦୁଇ ଦିନ ପରେ କାମ ହେଉଛି ।ଏହି ସମସ୍ୟା ଆଜିର ନୁହେଁ ବିଗତ ଅଠର  ଦିନ ହେଲାଣି ଏହି ସବୁ ଅସୁବିଧା ଗୁଡ଼ିକୁ ରଣପୁର ଅଞ୍ଚଳରେ ଥିବା ରଣପୁର,ନରସିଂହପୁର, ତାରିଆ, ବାଲିଆ ,ଦର୍ପନାରାୟଣପୂର୍, ଗୌରାଙ୍ଗପୂର୍,ଗୋପାଳପୁର, ସାରଙ୍ଗଧରପୁର ର ଉପଭୋକ୍ତା ଙ୍କ ପ୍ରଶ୍ନ ଯେ ଯଦି ଆମେ ପୂର୍ଣ୍ଣ ପରିମାଣ ର ରାଶି ପୈଠ କରୁଛୁ ତେବେ କଣ ପାଇଁ ଦିନକୁ ମାତ୍ର ୨/୪ ଘଣ୍ଟା ବିଦ୍ୟୁତ୍ ପାଇବୁ । ଏହି କଥାକୁ ନେଇ ରଣପୁର ଉପଖଣ୍ଡ ର କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ସୁଦର୍ଶନ କଦମ୍ବସିଂ ଏବଂ ବିଦ୍ୟୁତ୍ ବିଭାଗ ର କାର୍ଯ୍ୟରତ ବଡ଼ ଅଫିସର ଙ୍କ ସହ ମୋବାଇଲ ମାଧ୍ୟମରେ ସମ୍ପର୍କ ବିଫଳ ହେଉଥିବାର ଅଭିଯୋଗ ମିଳୁଛି ।

ଯଦି ଏହି ଭଳି ଭାବରେ ସମସ୍ତ ଉପଭୋକ୍ତା ଅସୁବିଧାର ସମ୍ମୁଖିନ ହୁଅନ୍ତି ଆଗାମୀ ଦିନରେ ରଣପୁର ଉପଖଣ୍ଡ ରେ ତାଲା ପକାଇ ଧାରଣା ଦେବାକୁ ଚେତାବନୀ ଦେଇଥିବାର ସୂଚନା ମିଳିଛି l ଅପରପକ୍ଷରେ ଟାଟା ଓଡିଶାକୁ ଆସିବା ଦିନଠାରୁ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ସ୍ମାର୍ଟ ମିଟର ନାମରେ ବହୁ ପରିମାଣରେ ଅର୍ଥ ଲୁଟ ଉଦେଶ୍ୟରେ ବିଦ୍ୟୁତ କାଟ, ଘରୋଇ କେବୁଲ ତାର ପରିବର୍ତନ ନାମରେ ୧୧୨୮ଟଙ୍କାର ହରିଲୁଟ, ମିଟର ସ୍ଥାନାନ୍ତର ନାମରେ ୭୯୮ଟଙ୍କାର ହରିଲୁଟ, ମିଟର ଯାଞ୍ଚ ନାଁରେ ୫୯୦ଟଙ୍କାର ହରିଲୁଟ, ଏଂଫାର୍ସମେଣ୍ଟ ନାମରେ ଲକ୍ଷାଧିକ ଟଙ୍କା ଫାଇନ ପକାଇ ସାଧାରଣ ଲୋକଙ୍କୁ ଠକେଇ,

ଏରିଅର ନାମରେ ଇଚ୍ଛା ମୁତାବକ ବିଦ୍ୟୁତ ବିଲରେ ପଇସା ଯୋଡି ଧମକପୂର୍ଣ୍ଣ ଭାବେ ଲାଇନ କାଟି ପଇସା ଲୁଟ କରିବା, ଇ-ବିଲ ନାଁରେ ସଠିକ ବିଲର ରସିଦ ନଦେଇ ହରିଲୁଟ କରିବା, ମିଟର ଜମ୍ପ ନାଁରେ ନିରୀହ ଉପଭୋକ୍ତା ମାନଙ୍କ ଠାରୁ ଅଧିକରୁ ଅଧିକ ପଇସା ଲୁଟିବା ଭଲି କାର୍ଯ୍ୟରେ ଲିପ୍ତରହି ଉପଭୋକ୍ତା ମାନଙ୍କୁ ଲୁଟୁଥିବା ବେଳେ ନିରୀହ ଶ୍ରମିକ ମାନଙ୍କ ପେଟକୁ ଲାତ ମାରିବାରେ ସିଧ୍ୟହସ୍ତ ବୋଲି କର୍ମଚାରୀ ମାନେ ଅଭିଯୋଗ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନର ଡାକରା ଦେଇଛନ୍ତି l ନିରୀହ କର୍ମଚାରୀ ମାନଙ୍କର କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୮ଦିନ ବିତି ଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନଥିବା ହେତୁ କର୍ମଚାରୀ ମାନେ ତାଙ୍କସହ ବିଦ୍ୟୁତ ଉପଭୋକ୍ତା ମାନେ ସାମିଲ ହୋଇ ଟାଟା ପାୱାରକୁ ହଟାଇବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି l

Exit mobile version