ଧାମରା ରୁ ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିବା ବେଳେ ମାଲବାହୀ ଟ୍ରେନ ସୋର ଷ୍ଟେସନରେ ଥିବା ଫୁଟ୍ ଓଭରବ୍ରିଜକୁ ଧକ୍କା ଦେଲା – ବାଲେଶ୍ଵର

ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ବାଲେଶ୍ଵର :- ବାଲେଶ୍ଵର ଜିଲ୍ଲା ସୋରସ୍ଥିତ ରେଲୱେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜକୁ ଧକା ଦେଇଛି ଏକ ମାଲ୍ ବାହି ଟ୍ରେନ । ସୂଚନା ଅନୁସାରେ ଧାମରାରୁ ଏନ୍ ଟି ଏସ ଡାଉନ ଟ୍ରେନ କୋଇଲା ଲୋଡ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜକୁ ଧକା ଦେଇ ଡାଉନ ଲାଇନରେ ଥିବା କିଛି ସିଗ୍ନାଲ୍ ଖୁଣ୍ଟକୁ ଭାଙ୍ଗି ଦେଇଥିବା ଜଣାପଡିଛି

ଟ୍ରେନଟି ଧକା ଦେଇ ମୁଳିସିଂ ରେଲୱେ ଫାଟବକ ନିକଟରେ ଅଟକି ରହିଥିବା ବେଳେ ଡାଉନ ଲାଇନ ଓ ଅଫ୍ ଲାଇନରେ ଟ୍ରେନ ଚଳା ଚଳରେ ବାଧାପ୍ରାପ୍ତ ହୋଇଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଟ୍ରେନଟି ଫୁଟ ଓଭର ବ୍ରିଜକୁ ଧକା ଦେଲା, ସେ ସମ୍ପର୍କିତ କୌଣସି ସୂଚନା ମିଳିନାହିଁ (ରିପୋର୍ଟ୍ ଦୀପ୍ତିମାନ ପତି/ ବାଲେଶ୍ୱର )

Exit mobile version